ପାକିସ୍ତାନକୁ ବିଶ୍ୱକପ ରୁ ବର୍ଜନ କରିବାକୁ ଆଇସିସି ନିକଟରେ ବିସିସିଆଇର ଦାବି

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିପକ୍ଷ ବିଶ୍ବକପ୍ ମ୍ୟାଚକୁ ବର୍ଜନ କରିବା ଦାବି ଦିନକୁ ଦିନ ଜୋର ଧରିବାକୁ ଲାଗିଛି। ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡରେ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ନଖେଳିବାକୁ ବହୁ ଘରୋଇ ସଂଗଠନ ଦାବି କରିଛନ୍ତି। ଏଭଳି ସ୍ଥିତିରେ ଜୁନ୍ ୧୬ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମାଞ୍ଚେଷ୍ଟରଠାରେ ଖେଳା ଯିବାକୁ ଥିବା ବିଶ୍ବକପ୍ ମ୍ୟାଚ୍ ଆୟୋଜନ ନେଇ ଆଶଙ୍କା ଦେଖାଦେଇଛି। […]

Continue Reading

ଦିନିକିଆ ରାକିଂରେ ଭାରତ ଦ୍ୱିତୀୟ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ପ୍ରକାଶ ପାଇଥିବା ଦିନିକିଆ ଅନ୍ତର୍ଜାତୀୟ ଟିମ ରାଙ୍କିଙ୍ଗରେ ଭାରତ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। ବାଂଲାଦେଶ ବିପକ୍ଷରେ ୩-୦ରେ ବିଜୟ ହେବା ପରେ ନ୍ୟୁଜିଲାଣ୍ଡ ପୁଣି ଥରେ ତୃତୀୟ ସ୍ଥାନରେ ପହଂଚିଛି। ଇଂଲଣ୍ଡ ୧୨୬ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତ ୧୨୨ ପଏଣ୍ଟ ପାଇ ପୂର୍ବ ଭଳି ୨ୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ୧୧୨ ପଏଣ୍ଟ ପାଇଛି। ନ୍ୟୁଜିଲାଣ୍ଡ ଏହା ପୂର୍ବରୁ ଭାରତ […]

Continue Reading

ଆସିଲା ଆଇପିଏଲ ଖେଳସୂଚୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୧୯ ପାଇଁ ମଙ୍ଗଳବାର ଖେଳସୂଚୀ ଜାରି ହୋଇଛି। ଖେଳ ସହିତ ମନୋରଂଜନ ଯୋଗାଉଥିବା ଟି-୨୦ ମ୍ୟାଚ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ। ଉଦ୍ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍କୁ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇରେ ଭେଟିବ। ପ୍ରଥମ ପର୍ୟ୍ୟାୟରେ ଆଜି ଆଇପିଏଲ ଟୁଇଟର ମାଧ୍ୟମରେ ୧୭ଟି ମ୍ୟାଚ ପାଇଁ ଖେଳସୂଚୀ ମାର୍ଚ୍ଚ ୨୩ରୁ ଏପ୍ରିଲ ୫ ଯାଏଁ ଜାରି କରାଯାଇଛି। ଆଇପିଏଲ ଏକାଦଶ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚେନ୍ନାଇ ସୁପର କିଙ୍ଗସ୍ […]

Continue Reading

ବିଶ୍ୱକପ ପରେ ଗେଲ ଙ୍କ ଦିନିକିଆରୁ ଅବସର

କିଙ୍ଗ୍ଷ୍ଟନ : ୱେଷ୍ଟଇଣ୍ଡିଜର ବରିଷ୍ଠ ଓପ୍ନିଂ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଘୋଷଣା କରିଛନ୍ତି ଯେ ଆସନ୍ତା ବିଶ୍ବକପ୍ ପରେ ସେ ଆଉ ଦିନିକିଆ କ୍ରିକେଟ ଖେଳିବେନାହିଁ। ୱେଷ୍ଟଇଣ୍ଡିଜ୍ କ୍ରିକେଟ ବୋର୍ଡ ରବିବାର ଏହି ଘୋଷଣା କରିଛି। ୩୯ ବର୍ଷ ବୟସ୍କ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ହେଉଛନ୍ତି ୱେଷ୍ଟଇଣ୍ଡିଜର ୨ୟ ସଫଳତମ ଦିନିକିଆ ବ୍ୟାଟ୍ସମ୍ୟାନ। ଇଂଲଣ୍ଡରେ ହେବାକୁ ଥିବା ବିଶ୍ବକପ୍ ପରେ ସେ ୱେଷ୍ଟଇଣ୍ଡିଜ୍ ପାଇଁ ଟ୍ବେଣ୍ଟି୨୦ କ୍ରିକେଟ ସହ ସାରାବିଶ୍ବରେ ବିଭିନ୍ନ ପେସାଦାର ଟି୨୦ ଲିଗରେ […]

Continue Reading

ଆଇସିସି ଟେଷ୍ଟ ମାନ୍ୟତା ; ଶୀର୍ଷରେ କୋହଲି

ଦୁବାଇ : ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ୍ ବ୍ୟାଟ୍ସମ୍ୟାନଙ୍କ ମାନ୍ୟତାର ଶୀର୍ଷ ସ୍ଥାନରେ ସ୍ଥିର ରହିଛନ୍ତି। ତାଙ୍କ ସହିତ ଚେତେଶ୍ବର ପୂଜାରା ମଧ୍ୟ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି। କୋହଲି ପଏଣ୍ଟ୍ ସଂଖ୍ୟା ୯୯୨ ରହିଥିଲା ବେଳେ ୮୯୭ ପଏଣ୍ଟ୍ ସହ ନ୍ୟୁଜିଲାଣ୍ଡ୍ ଅଧିନାୟକ କେନ୍ ୱିଲିୟମ୍ସନ୍ ଦ୍ବିତୀୟ ସ୍ଥାନରେ ଅଛନ୍ତି। ପୂଜାରାଙ୍କ ପଏଣ୍ଟ୍ ସଂଖ୍ୟା ୮୮୧ ରହିଛି। ତେବେ କୋହଲି ଓ ପୂଜାରାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଶୀର୍ଷ-୧୦ ମଧ୍ୟରେ ସ୍ଥାନ […]

Continue Reading

ବିଶ୍ୱକପ ପାଇଁ ଭାରତ ଦାବିଦାର ନୁହେଁ : ସୁନିଲ ଗାଭାସ୍କର

ମୁମ୍ବାଇ: ଇଂଲଣ୍ଡରେ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ୫୦ ଓଭରିଆ ବିଶ୍ବକପର ଭାରତ ଅନ୍ୟତମ ଦାବିଦାର। ହେଲେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଏଥିରେ ଏକମତ ହୋଇନାହାନ୍ତି। ଭାରତ ଆସନ୍ତା ବିଶ୍ବକପର ପ୍ରମୁଖ ଦାବିଦାର ନୁହେଁ ବୋଲି ସେ ଶନିବାର ରୋକଠୋକ ଭାବେ କହିଛନ୍ତି। ଗାଭାସ୍କର ମଧ୍ୟ ଏହାର କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଆୟୋଜକ ଇଂଲଣ୍ଡ ଆସନ୍ତା ବିଶ୍ବକପର ପ୍ରମୁଖ ଦାବିଦାର। ସେମାନେ ଘରୋଇ ପରିବେଶରେ ପ୍ରଥମ ଥର ବିଶ୍ବକପ୍ ଜିତିବାର ସର୍ବାଧିକ […]

Continue Reading

ପୁରସ୍କାର ରାଶି, ସହିଦ ପରିବାରକୁ ଦାନ କରିବ ବିଦର୍ଭ କ୍ରିକେଟ ଟିମ୍‍

ନୂଆଦିଲ୍ଲୀ : ବିଦର୍ଭ କ୍ରିକେଟ ଟିମ୍ ନିଜର ବରିଷ୍ଠ କ୍ରିକେଟରଙ୍କୁ ଅନୁସରଣ କରି ସହିଦ ଯବାନଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ରଣଜୀ ଚାମ୍ପିଅନ୍ ବିଦର୍ଭ ଶନିବାର ଈରାନୀ କପ୍ ବିଜୟୀ ହୋଇଛି। ନିଜର କ୍ରମାଗତ ୨ୟ ବିଜୟ ପରେ ଟିମ୍ ଖୁସି ହୋଇ ପୁରସ୍କାର ରାଶି ସହିଦ ପରିବାରକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି। ବିଜୟ ପରେ ବିଦର୍ଭର ଅଧିନାୟକ ଫୈଜ ଫଜଲ କହିଛନ୍ତି, ତାଙ୍କ ଟିମ ସମସ୍ତ ପୁରସ୍କାର ରାଶି ସହିଦ ପରିବାରକୁ […]

Continue Reading

ଗୋଲ୍ଡ କପ ମହିଳା ଫୁଟବଲ ; ବିଦା ହେଲା ଭାରତ, ଫାଇନାଲରେ ମିଆଁମାର ଓ ନେପାଳ

ଭୁବନେଶ୍ବର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଗୋଲ୍ଡ କପ୍ ମହିଳା ଫୁଟବଲ ପ୍ରତିଯୋଗିତାରୁ ଭାରତ ବିଦା ହୋଇଯାଇଛି। ବୁଧବାର ଶେଷ ଲିଗ୍ ମ୍ୟାଚରେ ଭାରତ ୦-୨ ଗୋଲରେ ମିଆଁମାରଠୁ ହାରି ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଛି। ଅନ୍ୟପକ୍ଷରେ ଭାରତକୁ ବିଦା କରିଥିବା ମିଆଁମାର୍ ଫାଇନାଲରେ ନେପାଳକୁ ଭେଟିବ। ବୁଧବାରର ପ୍ରଥମ ମ୍ୟାଚରେ ନେପାଳ ୩-୦ ଗୋଲରେ ଇରାନକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ୍ ସ୍ଥାନ ପକ୍କା କରିଥିଲା। ନେପାଳ ୩ ମ୍ୟାଚକୁ ୨ […]

Continue Reading

ବିଶ୍ୱକପ ପରେ ଅବସର ନେଇ ପାରନ୍ତି ଧୋନୀ

ନୂଆଦିଲ୍ଲୀ,: ଆଗାମୀ ବିଶ୍ବକପ୍ ପାଇଁ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଦଳରେ ରହିବା ଗୁରୁତ୍ବପୂର୍ଣ୍ଣ ବୋଲି ଅଧିକାଂଶ ଅନୁଭବ କରି ସାରିଛନ୍ତି। ପ୍ରଶିକ୍ଷକ, ଖେଳାଳି, ଅଧିନାୟକ ତାଙ୍କ ଭୂମିକାକୁ ନେଇ ଢ଼େର ଆଲୋଚନା କରି ସାରିଛନ୍ତି। ବିଶ୍ବକପ୍ ପରେ ଧୋନି କିନ୍ତୁ ଅବସର ନେଇଯିବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ମୁଖ୍ୟ ଚୟନକର୍ତ୍ତା ଏମ୍ଏସକେ ପ୍ରସାଦ କିନ୍ତୁ ଏଭଳି କୌଣସି କଥା ବିଚାର କରାଯାଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବିଶ୍ବକପ୍ ଭଳି ବଡ଼ ପ୍ରତିଯୋଗିତା ପୂର୍ବରୁ […]

Continue Reading

ଗୋଲ୍ଡ କପ ରେ ନେପାଳ ଠାରୁ ହାରିଲା ଭାରତ

ଭୁବନେଶ୍ଵର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଗୋଲ୍ଡ କପ୍ ଚର୍ତୁରାଷ୍ଟ୍ରୀୟ ମହିଳା ଫୁଟବଲ୍ ପ୍ରତିଯୋଗିତାରେ ସୋମବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବିଶ୍ଵ ମାନ୍ୟତାର ୧୦୮ତମ ସ୍ଥାନରେ ଥିବା ଦୁର୍ବଳ ନେପାଳ ୬୨ତମ ସ୍ଥାନରେ ଥିବା ଭାରତକୁ ୨-୧ ଗୋଲରେ ହରାଇ ଐତିହାସିକ ସଫଳତା ଲାଭ କରିଛି। ଭାରତଠାରୁ ୪୬ ସ୍ଥାନ ତଳେ ଥିବା ନେପାଳ ସୋମବାର ରାତିରେ ଖେଳା ଯାଇଥିବା ଏହି ମ୍ୟାଚର ପ୍ରଥମ ୬ମିନିଟ୍ ମଧ୍ୟରେ ଦୁଇଟି ଗୋଲ୍ ଦେଇ ଆତ୍ମବିଶ୍ବାସ ଭରା […]

Continue Reading