ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ଥାନାନ୍ତର ହେବ ମଠ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏକ ଗୁରୁତ୍ଵପୂର୍ଣ ବୈଠକରେ । ଉକ୍ତ ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଥିଲେ ମୁଖ୍ୟମନ୍ତ୍ରୀ । କାରଣ ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ରହିଥିବା କଥା ସରକାର ଖବର ପାଇଛନ୍ତି । ତେଣୁ ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ଏହି କାରଣରୁ ଶ୍ରୀମନ୍ଦିର ସୁରକ୍ଷାଜୋନରେ ଆସୁଥିବା ସମସ୍ତ ମଠ ସ୍ଥାନାନ୍ତର ହେବ । ସରକାର ଅବଢା ଯୋଜନାରେ ସହଯୋଗ ଯୋଗାଇଦେବେ […]

Continue Reading

ଶ୍ଵଶୁର, ଟାଙ୍ଗିଆରେ ଜ୍ଵାଇଁର ଗୋଡ କରିଦେଲା ଦି ଗଡ

ବୌଦ୍ଧର କଣ୍ଟାମାଳ ଥାନା ଅନ୍ତର୍ଗତ ଡ଼ୁଙ୍ଗୁରିଗୁଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଶ୍ଵଶୁର ଟାଙ୍ଗିଆ ଚୋଟରେ ଦି ଗଡ କରିଦେଇଛି ଜ୍ଵାଇଁର ଗୋଡକୁ । ଆଣ୍ଠୁ ପାଖରୁ ଜ୍ଵାଇଁର ଗୋଡ ଅଲଗା ହୋଇଯାଇଛି । କଟା ଗୋଡ ସହ ଜ୍ଵାଇଁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ସୂଚନା ମିଳିଛି ଯେ ଝିଅ ପ୍ରେମ ବିବାହ କରିଥିବାରୁ ବାପା ତାଙ୍କ ଜ୍ଵାଇଁଙ୍କ ଉପରେ ରାଗିଥିଲେ । ଜ୍ଵାଇଁ ତାଙ୍କ ଝିଅକୁ ଅପହରଣ କରି ବିବାହ […]

Continue Reading

ମଦ କାରଣରୁ ଯୁବକଙ୍କ ମୃତ୍ୟୁ ନେଇ ଉତ୍ତେଜନା

ବାସୁଦେବପୁର କସିଆ ସାମୁଦ୍ରିକ ଥାନା ସାନକୃଷ୍ଣପୁରଗାଁର ଜଣେ ଯୁବକ ଗତକାଲି ମଦ ପିଇବା ପରେ ମୃତ୍ୟୁ ବରଣ କରିଥିଲେ । ମଦ ପିଇବା ପରେ ସେ ଅସୁସ୍ଥ ହେବାରୁ ଭଦ୍ରକ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତକଙ୍କ ନାମ ନାରାୟଣ ନାୟକ ।  ମଦ ପିଇଥିବାରୁ ତାଙ୍କର ମୃତ୍ୟୁ ହେଲା ବୋଲି ଅଭିଯୋଗ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । […]

Continue Reading
thunder

୮ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ପାଣିପାଗ ବିଭାଗର ସତର୍କ ସୂଚନା

ଆଜି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ୮ ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି । ୮ଟି ଯାକ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବଜ୍ରପାତର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । ପ୍ରଭାବିତ ହେବାକୁ ଥିବା ଏହି ଜିଲ୍ଲାଗୁଡିକ ହେଲା – ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ, ସୋନପୁର, ବୌଦ୍ଧ ଓ ଦେବଗଡ ଜିଲ୍ଲା। ତେବେ ୨୪ ଘଣ୍ଟା ମଧ୍ୟରେ ବିଶେଷ ବର୍ଷା ହୋଇନାହିଁ । ପାଗ ମେଘୁଆ […]

Continue Reading

ଲାଞ୍ଚ ନେବା ମହଙ୍ଗା ପଡିଲା ପୂର୍ବତନ ସରପଞ୍ଚଙ୍କୁ

ଜଣେ ପୂର୍ବତନ ସରପଞ୍ଚ ଲାଞ୍ଚ ନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେ ହେଲେ ଢେଙ୍କାନାଳର ଭୁବନ ଏକତାଳିର ପୂର୍ବତନ ସରପଞ୍ଚ କମଳା ସାହୁ । ଢେଙ୍କାନାଳ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଜରିମାନା ଅନାଦେୟ କଲେ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକ୍ଜୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି […]

Continue Reading

ରାଜ୍ୟ ସରକାର ନେଲେ ବଡ ପଦକ୍ଷେପ, ଅନଲାଇନରେ ଜମା ଦେଇହେବ ଜମି ରାଜସ୍ୱ

ଜମି ରାଜସ୍ୱ ଜମା କରିବା ନେଇ ରାଜ୍ୟ ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ ।  ଏଣିକି ଅନଲାଇନରେ ଜମି ରାଜସ୍ୱ ଜମା କରିହେବ । ଜମି ରାଜସ୍ୱ ପଇଠ ବ୍ୟବସ୍ଥାର ଶୁଭାରମ୍ଭ ଗତକାଲି କାରଜିଛି । ଲୋକସେବା ଭବନରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଆଉ ରାଜସ୍ୱ ଜମା କରିବାକୁ ସରକାରୀ ଅଫିସକୁ ଆଉ ଦୌଡିବାକୁ ପଡିବନି । ଅନଲାଇନରେ ଘରେ ବସି ମଧ୍ୟ ଜମା କରିହେବ । ଏହାଦ୍ଵାରା ସମୟ […]

Continue Reading

ଆହୁରି ୪୮ ଘଣ୍ଟା ବର୍ଷା ଜାରିରହିବ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ରାଜ୍ୟରେ ଆହୁରି ୪୮ ଘଣ୍ଟା ବର୍ଷା ହେବ । ଦକ୍ଷିଣ ଓଡିଶା ସମେତ ବହୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ କାଲିଠୁ କମିବ ବୋଲି ପୂର୍ବନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ବୌଦ୍ଧ, ସୋନପୁର, ନବରଙ୍ଗପୁର, ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି । କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ ଖୋର୍ଦ୍ଧରେ ମଧ୍ୟ ପ୍ରବଳ ବର୍ଷା ପରିଲକ୍ଷିତ ହୋଇଛି । ୨ […]

Continue Reading

୧୫ଟି ଜିଲ୍ଲାକୁ ସତର୍କ ସୂଚନା, ୩ ଦିନ ଧରି ହେବ ପ୍ରବଳ ବର୍ଷା

କନ୍ଧମାଳ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି,ବୌଦ୍ଧ, ସୋନପୁର, ବାଲେଶ୍ଵର, ଭଦ୍ରକ, ଯାଜପୁର, ଜଗତସିଂହପୁର, ପୁରୀ, ଗଞ୍ଜାମ, କଟକ, ଖୋର୍ଦ୍ଧା  ଓ ନୟାଗଡ ଜିଲ୍ଲାରେ ପବନ ଓ ବଜ୍ରପାତ ସହ ଘଡଘଡି ବର୍ଷାର ସମ୍ଭାବନା ରହିଛି । ତେଣୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କ୍ରମାଗତ ୩ଦିନ ଧରି ଆଜିଠାରୁ ବର୍ଷା ହେବ ବୋଲି ସୂଚନା ମିଳିଛି । ୧୩ ଓ ୧୪ରେ ବର୍ଷାର ପରିମାଣ ଅଧିକ ରହିବ । ମତ୍ସଜୀବୀମାନଙ୍କୁ ସମୁଦ୍ର […]

Continue Reading

୧୨ଟି ଜିଲ୍ଲାକୁ ଅଛି ବର୍ଷା ଓ ବଜ୍ରପାତ ସମ୍ଭାବନା

ଆଜି ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ଯେ ରାଜ୍ୟର ୧୨ଟି ଜିଲ୍ଲାକୁ ଅଛି ବର୍ଷା ବିପଦ । ପ୍ରବଳ ବର୍ଷା ସାଙ୍ଗକୁ ରହିଛି ବଜ୍ରପାତର ସୂଚନା । ତେଣୁ ସେହି ୬ଟି ଜିଲ୍ଲାର ଲୋକେ ସତର୍କ ରହିବାକୁ ପାଣିପାଗ ବିଭାଗ ସତର୍କ କରାଇଦେଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକ ହେଲେ –ଦେବଗଡ, ସମ୍ବଲପୁର, ବରଗଡ, ଝାରସୁଗୁଡା, ସୋନପୁର, ଢେଙ୍କାନାଳ, ଅନୁଗୁଳ, ଜଗତସିଂହପୁର, ପୁରୀ, କେନ୍ଦ୍ରପଡା, ଖୋର୍ଦ୍ଧା ଓ  କଟକ । ଏହି ସବୁ […]

Continue Reading

୧୧ଟି ଜିଲ୍ଲାରେ ଅଛି ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଡିପ ଡିପ୍ରେସନ । ଏହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତର ଓଡିଶାର ୧୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକ ହେଲା – ଗଜପତି, ଗଞ୍ଜାମ, ପୁରୀ, କାନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, ନୂଆପଡା, ବୌଦ୍ଧ ଓ ସୋନପୁର । ଏହି ସବୁ ଜିଲ୍ଲାକୁ ରେଡ ୱାର୍ଣିଙ୍ଗ ଜାରି କରାଯାଇଛି । ଅନ୍ୟ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣିଙ୍ଗ ଜାରି […]

Continue Reading