odisha infocus

ସମ୍ପର୍କୀୟ ଭାଇର ନାରକୀୟ କାଣ୍ଡ, ରାସ୍ତାରୁ ଉଠାଇନେଲା ଭଉଣୀକୁ

CRIME

ସମ୍ପର୍କର ପବିତ୍ରତା ଏବେ ଭୁଲିଯାଉଛି ଆଜିର ଯୁବକ । ନିଜର କାମନା ବାସନାର ଲେଲିହାନ ଶିଖାରେ ସେ ନିଜର ଭଉଣୀକୁ ମଧ୍ୟ ପୋଡି ଜାଳି ଜୀବନ ଛାରଖାର କରିଦେଉଛି । ବାସନା ଏତେ ତୀବ୍ର ଯେ ନାବାଳିକା ଭଉଣୀକୁ ଏକତରଫା ପ୍ରେମ କରି, ପ୍ରେମ ନିବେଦନ ପ୍ରତ୍ୟାଖାନ ହେବା ପରେ ଭଉଣୀ ସ୍କୁଲ ଯିବା ବାଟରେ ଅଟକାଇ ବେକରେ ଛୁରୀ ଲଗାଇ ଟେକି ନେଇଗଲା ଜଙ୍ଗଲକୁ ଆଉ ସବୁଦିନ ନିଜର କରି ରଖିବାକୁ ନାବାଳିକାକୁ ନେଇ କୁଆଡେ ଫେରାର ହୋଇଯିବାକୁ ଯୋଜନା କରିଥିଲା ।

loading...

ଘଟଣାଟି ଘଟିଛି ଅନୁଗୁଳ ଥାନା ଅଞ୍ଚଳରେ । ବାଳିକା ବିଦ୍ୟାଳୟରେ ପଢୁଥିବା ସମ୍ପର୍କୀୟା ନାବାଳିକା ଭଉଣୀକୁ ବୁଧବାର ପୂର୍ବାହ୍ନରେ ସ୍କୁଲ ଯାଉଥିବାବେଳେ ୨୩ ବର୍ଷୀୟ ସମ୍ପର୍କୀୟ ଭାଇ ସୁମିତ ସ୍ଵାଇଁ ଓରଫ ସାଗର ବେକରେ ତାର ଛୁରୀ ଲଗାଇ ନିଜ ବାଇକ ନଂ॰ଓଡ଼ି ୧୯ଜେ-୬୯୧୩ରେ ଜବରଦସ୍ତି ନେଇ ଭୁବନେଶ୍ଵର ଆଡକୁ ପଳାଇ ଯାଉଥିଲା । ହେଲେ ରାସ୍ତା ପାର୍ଶ୍ଵରେ ଜଙ୍ଗଲ ଦେଖି ନିଜକୁ ଆଉ ରୋକି ପାରିଲା ନାହିଁ । ଜଙ୍ଗଲକୁ ନେଇ ପ୍ରଥମେ ବଳାକ୍ତର କଲା ଓ ତାପରେ ରାଜ୍ୟ ବାହାରକୁ ନାବାଳିକାକୁ ନେଇ ପଳାଇବାକୁ ଭୁବନେଶ୍ଵର ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରି ବସି ରହିଲା । ହେଲେ ତାର ଦୁର୍ଭାଗ୍ୟ, ପରିବାର ଲୋକେ ଖବର ପାଇ ପୋଲିସକୁ ଜଣାଇବା ପରେ ଅନୁଗୁଳ ପୋଲିସ ତୁରନ୍ତ ପିଛା କରି ଆସି ଭୁବନେଶ୍ଵର ଷ୍ଟେସନରେ ପହଞ୍ଚିଗଲେ ଓ ଉଭଯଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛନ୍ତି ।

Please follow and like us:
error
loading...