୧୨ଟି ଜିଲ୍ଲାକୁ ଅଛି ବର୍ଷା ଓ ବଜ୍ରପାତ ସମ୍ଭାବନା

Weather

ଆଜି ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ଯେ ରାଜ୍ୟର ୧୨ଟି ଜିଲ୍ଲାକୁ ଅଛି ବର୍ଷା ବିପଦ । ପ୍ରବଳ ବର୍ଷା ସାଙ୍ଗକୁ ରହିଛି ବଜ୍ରପାତର ସୂଚନା । ତେଣୁ ସେହି ୬ଟି ଜିଲ୍ଲାର ଲୋକେ ସତର୍କ ରହିବାକୁ ପାଣିପାଗ ବିଭାଗ ସତର୍କ କରାଇଦେଇଛି ।

ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକ ହେଲେ –ଦେବଗଡ, ସମ୍ବଲପୁର, ବରଗଡ, ଝାରସୁଗୁଡା, ସୋନପୁର, ଢେଙ୍କାନାଳ, ଅନୁଗୁଳ, ଜଗତସିଂହପୁର, ପୁରୀ, କେନ୍ଦ୍ରପଡା, ଖୋର୍ଦ୍ଧା ଓ  କଟକ । ଏହି ସବୁ ଜାଗାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ବଜ୍ରପାତର ଆଶଙ୍କା ଥିବାରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Please follow and like us:
error