୧୦ଟି ଜିଲ୍ଲାକୁ ସତର୍କ ରହିବାକୁ କହିଲା ପାଣିପାଗ ବିଭାଗ

Weather

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ୧୦ଟି ଜିଲ୍ଲାକୁ ସତର୍କ ରହିବାକୁ ସତର୍କ ସୂଚନା ଜାରି କରିଛି । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି ଓ ମାଲକାନଗିରି । ଉକ୍ତ ଜିଲ୍ଲାଗୁଡିକରେ ସନ୍ଧ୍ୟା ୫ଟା ୩୦ମଧ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ଏହି ଜିଲ୍ଲାଗୁଡିକ ପ୍ରଭାବିତ ହେବେ ।

loading...

ଆଜି ସକାଳୁ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ଆକାଶ ମେଘୁଆ ଥିବାରୁ ବର୍ଷା ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ପାଣିପାଗ ବିଭାଗ । ପ୍ରବଳ ଗୁଳିଗୁଳି ଅନୁଭୂତ ହେବ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

Please follow and like us:
error
loading...