ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ ; ଜଣେ ଭାରତୀୟ ଯବାନ ସହିଦ

NATIONAL

ନୂଆଦିଲ୍ଲୀ : ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଘଂନ ଦେଖିବାକୁ ମିଳିଛି । ଫଳରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ଜଣକ ହେଲେ ଭାରତୀୟ ସେନାରେ କାର୍ଯ୍ୟରତ ଅନୀଶ ଥୋମାସ । ତେବେ ସୂଚନା ଅନୁଯାୟୀ, ଜମ୍ମୁ – କାଶ୍ମୀର ସୁନ୍ଦରବଣି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିଛି ।

ସହୀଦ ଯବାନ ଆସନ୍ତା ୨୫ ତାରିଖରେ ନିଜ ଘରକୁ ଫେରିବା ପାଇଁ ଯୋଜନା କରିଥିଲେ । ସେ କେରଳର ବୋଲି ଜଣାପଡ଼ିଛି । ଆଜି ସକାଳେ ସେ ସହୀଦ ହୋଇଥିବା କଥା ତାଙ୍କ ପରିବାର ବର୍ଗ ଜାଣିବାକୁ ପାଇଲା ପରେ ସମଗ୍ର ଅଞ୍ଚଳରେ ଶୋକର ଛାଯା ଖେଳିଯାଇଛି ।

Please follow and like us: