ରାଜ୍ୟର ବନ୍ୟା ସ୍ଥିତି ଆକଳନ ପାଇଁ ଆଜି ଆସି ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍

STATE

ଭୁବନେଶ୍ୱର : ବନ୍ୟା ସ୍ଥିତି ତଦାରଖ ପାଇଁ ଆଜି ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି ୬ ଜଣିଆ କେନ୍ଦ୍ରୀୟ ଟିମ୍ । ୨ ଦିନିଆ ଓଡିଶା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବ ଟିମ୍ । ଗୃହ ବିଭାଗ ଯୁଗ୍ମ ସଚିବଙ୍କ ନେତୃତ୍ଵରେ ୬ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ରାଜ୍ୟରେ ବନ୍ୟା କ୍ଷୟକ୍ଷତି ଆକଳନ କରିବ । ଏହି ଦଳରେ କୃଷି, ଜଳସଂପଦ ଓ ସଡକ ପରିବହନ ବିଭାଗ ସଦସ୍ୟ ସାମିଲ ଅଛନ୍ତି । ବନ୍ୟା କ୍ଷତିଗ୍ରସ୍ତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲା ଯାଇ ସ୍ଥିତି ଅନୁଧ୍ୟାନ କରିବେ । ୨ ଦିନ ଧରି ବନ୍ୟା ପ୍ରଭାବିତ ଆଞ୍ଚଲ ବୁଲି ଦେଖିବେ । ବନ୍ୟା କ୍ପ୍ରଭାବିତ ୪ ଜିଲ୍ଲାକୁ ୨ଟି ଟିମରେ ଅଲଗା ଅଲଗା ଗସ୍ତ କରିବେ । ଗୋଟିଏ ଟିମ ଭଦ୍ରକ ଓ ଯାଜପୁର ଯିବେ ଓ ଅନ୍ୟଟି କେନ୍ଦ୍ରାପଡା ଓ ପୁରୀ ଯିବେ ।

ଲୋକସେବା ଭବନରେ ୧୭ ତାରିଖ ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ରାଜୟୁ ସରକାର କେନ୍ଦ୍ରୀୟ ଟିମକୁ କ୍ଷୟକ୍ଷତି ରିପୋର୍ଟ ଦେବେ । ତେବେ ସୂଚନା ଯୋଗ୍ୟ, ବନ୍ୟା ପ୍ରଭାବରେ ଓଡିଶାର ଅନେକ ଜିଲ୍ଲା ପ୍ରଭାବିତ ହୋଇଛି । ବନ୍ୟା ଯୋଗୁଁ ଅନେକ ଲୋକ ଜୀବିିକା ଓ ଘରଦ୍ୱାର ସବୁ ହରାଇଛନ୍ତି । ରାଜ୍ୟ ସରକାର ମଧ୍ୟ ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ।

Please follow and like us: