ଗୃହିଣୀଙ୍କ ପାଇଁ ଖୁସି ଖବର, ଗ୍ୟାସ ସବସିଡି ୨ ଗୁଣକଲେ କେନ୍ଦ୍ର ସରକାର

NATIONAL

ନୂଆଦିଲ୍ଲୀ : ରୋଷେଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପରେ ବିରୋଧୀଙ୍କ ଦ୍ୱାରା ଟାର୍ଗେଟର ଶିକାର ହୋଇଥିବା ମୋଦୀ ସରକାର ଘରୋଇ ଏଲପିଜି ଗ୍ୟାସ ଉପଭୋକ୍ତାଙ୍କୁ ବଡ଼ ଉପହାର ଦେବାକୁ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ଦିଆଯାଉଥିବା ଗ୍ୟାସ ସବସିଡିକୁ ପାଖାପାଖି ୨ ଗୁଣ କରିଦେଇଛନ୍ତି । ଜାତୀୟ ଗଣମାଧ୍ୟମକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଗୁରୁବାର ଏକ ବୟାନ ଜାରି କରି ଏହି ସୂଚନା ଦେଇଛି । ଏଥି ସହ ଗ୍ୟାସ ଦର ବୃଦ୍ଧିର କାରଣ ମଧ୍ୟ ବୟାନରେ କୁହାଯାଇଛି ।

ପେଟ୍ରୋଲିୟମ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଦିଲ୍ଲୀରେ ଏପର୍ୟ୍ୟନ୍ତ ୧୪.୨ କିଲୋର ସିଲିଣ୍ଡର ଉପରେ ୧୫୩.୮୬ ଟଙ୍କା ସବସିଡି ମିଳୁଥିଲା । ଏହାକୁ ବଢ଼ାଇ ଦିଆଯାଇଛି । ଏଲପିଜି ଉପଭୋକ୍ତାମାନେ ଏବେ ୨୯୧.୪୮ ଟଙ୍କା ସବସିଡି ପାଇବେ । ଏହି ଭଳି ଭାବେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ବଣ୍ଟା ଯାଇଥିବା ଗ୍ୟାସରେ ଯାହାକି ୧୭୪.୮୬ ଟଙ୍କା ସବସିଡି ମିଳୁଥିଲା, ତାହାକୁ ଏବେ ୩୧୨.୪୮ଟଙ୍କା କରି ଦିଆଯାଇଛି । ସୂଚନାଯୋଗ୍ୟ ଦିଲ୍ଲୀରେ ବିନା ସବସିଡିଯୁକ୍ତ ଘରୋଇ ଏଲପିଜି ୧୪.୨ କିଲୋ ସିଲିଣ୍ଡର ଦର ୧୪୪.୫୦ ଟଙ୍କା ବୃଦ୍ଧି କରାଯାଇଛି । ସେହିଭଳି ବିନା ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ଦର ୭୧୪ଟଙ୍କାରୁ ବଢ଼ାଇ ୮୫୮ ଟଙ୍କା କରି ଦିଆଯାଇଛି ।

Please follow and like us: