ଚନ୍ଦ୍ରବାବୁ ନାଇଡ଼ୁ ଓ ତାଙ୍କ ପୁଅ ନାରା ଲୋକେଶଙ୍କୁ ଗୃହବନ୍ଦୀ

NATIONAL

 

loading...

ଆନ୍ଧ୍ରପ୍ରଦେଶ : ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଓ ତାଙ୍କ ପୁଅ ନାରା ଲୋକେଶଙ୍କୁ ଗୃହବନ୍ଦୀ କରାଯାଇଛି । ଡିଡ଼ିପି ଦଳ ଗୁଣ୍ଟୁର୍‌ରେ ଏକ ମହା ରାଲି କରିବାକୁ ପ୍ରଶାସନଠାରୁ ଅନୁମତି ମାଗିଥିଲେ । କିନ୍ତୁ ପ୍ରଶାସନର ଅନୁମତି ମିଳି ନ ଥିଲା । ଏହା ସହିତ ଆଜି ସକାଳ ୯ଟାରେ ଆତ୍ମକୂରୁ ଗସ୍ତରେ ବାହାରିଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହା ପରେ ଚନ୍ଦ୍ରବାବୁ ଅନଶନରେ ବସିବାକୁ ଘୋଷଣା କରିଛନ୍ତି । ପୋଲିସ ଚନ୍ଦ୍ରବାବୁ ଓ ତାଙ୍କ ପୁଅ ଲୋକେଶଙ୍କୁ ଗୃହବନ୍ଦୀ କରିଛି । ଏହା ସହିତ ତାଙ୍କ ଘରକୁ ପ୍ରବେଶ କରୁଥିବା ସମସ୍ତ ଟିଡିପି କର୍ମୀଙ୍କୁ ମଧ୍ୟ ଅଟକ ରଖାଯାଉଛି । ସେହିପରି ଦଳର ପୂର୍ବତନ ବିଧାୟକ ତଙ୍ଗିରାଲା ସୌମ୍ୟ ଓ ରାଜେନ୍ଦ୍ର ପ୍ରସାଦଙ୍କୁ ନନ୍ଦିଗାମଠାରେ ଗୃହବନ୍ଦୀ କରାଯାଇଛି । ଚନ୍ଦ୍ରବାବୁଙ୍କୁ କୌଣସି ଗଣମାଧ୍ୟମ ସହିତ ସାକ୍ଷାତ କରିବାକୁ ମଧ୍ୟ ଅନୁମତି ଦିଆଯାଉ ନାହିଁ ।

ସେପଟେ ୱାଇଏସ୍‌ଆର୍‌ର କର୍ମୀ ଟିଡିପି ବିରୋଧରେ ଆନ୍ଦୋଳନ କରିବା ଆଶାଙ୍କାରେ ସେମାନଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଉଛି ।
ଗୁଣ୍ଟୁର ଜିଲ୍ଲାର ଆତ୍ମାକୁରୁ ଗାଁରେ ଆନ୍ଧ୍ର ସରକାରଙ୍କ ହିଂସାତ୍ମକ ରାଜନୀତି ବିରୋଧରେ ଟିଡିପି ‘ଚଲୋ ଆତ୍ମାକୁରୁ’ ରାଲିର ଆୟୋଜନ କରିଥିଲା । ଏଥିପାଇଁ ପ୍ରଶାସନ ଅୁନମତି ନ ଦେବା ସହ ନରସରାୱପେଟା, ସତ୍ତେନାପାଲେ, ପଲନାଡ଼ୁ ଏବଂ ଗୁରାଜଲାରେ ଧାରା ୧୪୪ଜାରି କରି ଦେଇଛି ।

Please follow and like us:
error
loading...