ଚିଦାମ୍ବରମ ଫସିଗଲେ ସିବିଆଇ ଜାଲରେ

NATIONAL

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି॰ଚିଦାମ୍ବରମଙ୍କୁ ଲାଗିଛି ଅଦାଲତି ଝଟକା । ଆଇଏନଏକ୍ସ ମିଡିଆ ସ୍କାମ ମାମଲାରେ ଚିଦାମ୍ବରମଙ୍କୁ ଝଟକା ଲାଗିଛି । ଚିଦାମ୍ବରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଆଇଏନଏକ୍ସ ମିଡିଆ ସ୍କାମ ନେଇ ସିବିଆଇର ମାମଲା ରୁଜୁ ପରେ ପିଏମଏଲଏ ଆଧାରରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସିବିଆଇ ଓ ଇଡ଼ି ମାମଲାରେ ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କ ନାଁ ମଧ୍ୟ ଥିଲା । ୨୦୧୮ ଫେବୃଆରୀ ୨୮ରେ କାର୍ତ୍ତିଙ୍କୁ ସିବିଆଇ ଗିରଫ କରିଥିଲା । କାର୍ତ୍ତିଙ୍କୁ ଗିରଫ ପରେ ସମ୍ପତ୍ତି ଜବତ କରିଥିଲା ଇଡ଼ି ।

loading...

ଆଜି ସୁପରିକକୋର୍ଟଙ୍କ ଦ୍ଵାରସ୍ଥ ହେବେ ଚିଦାମ୍ବରମ । ଏହି ସୂଚନା ଦେଇଛନ୍ତି ଚିଦାମ୍ବରମଙ୍କ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ । ତେବେ ଜାମିନ ଆବେଦନ ଖାରଜ ହୋଇଥିବା ଯୋଗୁ ଚିଦାମ୍ବରମଙ୍କୁ ଗିରଫ କରାଯିବା ସମ୍ଭାବନା ଦେଖାଦେଇଛି । ସିବିଆଇର ୫ଜଣିଆ ଟିମ ଚିଦାମ୍ବରମଙ୍କ ବାସଭବନକୁ ଯାଇ ତାଙ୍କୁ ନପାଇ ଫେରିଥିଲା । ସିବିଆଇ ପରେ ପହଞ୍ଚିଥିଲା ଇଡ଼ି । ହେଲେ ସିବିଆଇ ଓ ଇଡ଼ି ଟିମ ଚିଦାମ୍ବରମଙ୍କୁ ଦିଲ୍ଲୀ ଘରେ ନପାଇ ଫେରି ଆସିଥିଲେ।

ତେବେ ଚିଦାମ୍ବରମଙ୍କୁ ନପାଇ ଗତକାଲି ଘର ଆଗରେ ସିବିଆଇ ନୋଟିସ ଲଗାଇଥିଲା । ନୋଟିସରେ ୨ ଘଣ୍ଟା ଭିତରେ ହଜାର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ନୋଟିସ ପାଇ  ସିବିଆଇ ନିକଟରେ ହଜାର ହେବାପାଇଁ ଦୁଇ ଘଣ୍ଟାର ମହଲତ ମାଗିଛନ୍ତି ଚିଦାମ୍ବରମ । ସେ ନିଜ ଓକିଲଙ୍କ ଜରିଆରେ ଅନୁରୋଧ କରିଛନ୍ତି ଯେ ୧୦ଟା ୩୦ ପର୍ଯ୍ୟନ୍ତ ତାଙ୍କୁ ସମୟ ଦିଆଯାଉ । ସେ କହିଛନ୍ତି ଯେ ନୋଟିସର ଅବଧି ସାଢେ ୧୦ଟା ପର୍ଯ୍ୟନ୍ତ ବଢାଯାଉ ।

 

Please follow and like us:
error
loading...