ପୁରୀ ପାଇଁ ବଡ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

STATE

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ବସିଥିଲା ଏକ ଗୁରୁତ୍ଵପୂର୍ଣ ବୈଠକ । ଉକ୍ତ ବୈଠକରେ ପୁରୀ ନେଇ ଅନେକ ଗୁରୁତ୍ଵପୂର୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀର ବିକାଶ ପାଇଁ ସେ ୫୦୦ କୋଟି ଟଙ୍କାର ବଡ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ରିଭର ଫ୍ରଣ୍ଟ ଟୁରିଜିମର ବିକାଶ କରାଯିବ । ମୂଷା ନଦୀର ବିକାଶ ପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ଅଠରନଳାର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ କରାଯିବ । ସୁରକ୍ଷିତ ଜୋନ ଓ ମଠ ପୁନରୁଦ୍ଧାର ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଥିଲେ ।

loading...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ଭିତ୍ତିଭୂମି ବିକାଶ ଓ ନୂଆ ରାସ୍ତାର୍କୁ ଗୁରୁତ୍ଵ ଦେଇଛନ୍ତି । ମୂଷା ନଦୀର ବିକାଶ ଉପରେ ଗୁରୁତ୍ଵ ଦେଇଛନ୍ତି । ସେତୁ, ପାର୍କିଂ ପ୍ଲେସ ପ୍ରକଳ୍ପ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି । ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ସଂଯୋଗ କରିବ ଶ୍ରୀସେତୁ । ଶ୍ରୀସେତୁ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୯୦ କୋଟି ଟଙ୍କା । ଜଗନ୍ନାଥ ବଲ୍ଲଭ ମଠରେ ବହୁତଳ ପାର୍କିଂ ବ୍ୟବସ୍ଥା କରାଯିବ । ପାର୍କିଂ ସହ ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନକେନ୍ଦ୍ର ହେବ । ବହୁତଳ ପାର୍କିଂ, ଧ୍ୟାନକେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା । ଅଠରନଳା  ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ କରାଯିବ । ଏନିମନ୍ତେ ଖର୍ଚ୍ଚ ହେବ ୫ କୋଟି ଟଙ୍କା । ଏଥିନିମନ୍ତେ ଏଏସଆଇର ସହଯୋଗ ନିଆଯିବ। ପୁରୀଠାରେ ୨୮ ଏକର ଜମିରେ ଏକ ହ୍ରଦର ବିକାଶ କରାଯିବ । ହ୍ରଦ ପାଇଁ ଖର୍ଚ୍ଚ ହେବ ୩୦ କୋଟି ଟଙ୍କା । ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡ ଓ ଶ୍ଵେତଗଙ୍ଗା ପୁଷ୍କରିଣୀର ପୁନରୁଦ୍ଧାର ହେବ । ୨ ବର୍ଷ ମଧ୍ୟରେ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 

Please follow and like us:
error
loading...