ବିଭାଗୀୟ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ତାଗିଦ

STATE

ଚଳିତ ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିଲେ ଅନେକ ପ୍ରତିଶ୍ରୁତି । ଏବେ ପୁନଃ ମୁଖ୍ୟମନ୍ତ୍ରୀ ହେବା ପରେ ସେ ସେହି ପ୍ରତିଶ୍ରୁତିଗୁଡିକୁ ପାଳନ କରିବା ନିମନ୍ତେ ବଦ୍ଧ ପରିକର ହୋଇଛନ୍ତି । ଦଳୀୟ ଇସ୍ତାହାରକୁ ଗୁରୁତ୍ଵ ଦେଇ ସେ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟତଃ ଗରିବୀ ଦୂରୀକରଣ, ମହିଳାଙ୍କ ବିକାଶ ଓ ଅଭିବୃଦ୍ଧିରେ ସମାନଙ୍କ ସମାନ ଭାଗୀଦାରୀ, ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ, ଯୁବକଙ୍କ ସ୍ଵପ୍ନର ସଫଳ ରୂପାଯନ ଜରିଆରେ ସାସକ୍ତ ଓଡିଶା ଗଠନ ପାଇଁ ପ୍ରଥମିକତା ଦେଇ ତ୍ଵରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।

ପ୍ରତିମାସରେ ସେ ସମସ୍ତ ବିଭାଗ ଓ ମନ୍ତ୍ରୀଙ୍କ କାମକୁ ସମୀକ୍ଷା କରିବେ । ମାସ ସାରା ପ୍ରତ୍ୟେକ ବିଭାଗର ମନ୍ତ୍ରୀ କଅଣ କାମ କରିଛନ୍ତି, କାମର କଅଣ ଅଗ୍ରଗତି ହୋଇଛି; ସେ ସମ୍ପର୍କରେ ପ୍ରତିମାସ ୭ ତାରିଖରେ ତାଙ୍କୁ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ତାଗିଦ କରିଛନ୍ତି । ପ୍ରଥମ ରିପୋର୍ଟ ଆସନ୍ତା ଜୁଲାଇ ୭ ତାରିଖରେ ଦେବାକୁ କୁହାଯାଇଛି ।

Please follow and like us:
error