ଭାରତରେ ପହଞ୍ଚିଲେ ଚିନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ

NATIONAL

ଚେନ୍ନାଇ : ଦୁଇ ଦିନିଆ ଭାରତ ଗସ୍ତରେ ଆସି ଭାରତର ଚେନ୍ନାଇରେ ପହଞ୍ଚିଛନ୍ତି ଚିନ୍ ରାଷ୍ଟ୍ରପତି । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଶି ଜିନପିଙ୍ଗ ଚେନ୍ନାଇରୁ ଯାଇ ମହାବଳିପୁରମରେ ପିଏମ୍ ମୋଦିଙ୍କୁ ସାକ୍ଷାତ କରିବେ । ମହାବଳିପୁରମ୍ରେ ମୋଦି ପୂର୍ବରୁ ଉପସ୍ଥିତ ଅଛନ୍ତି । ମହାବଳିପୁରମରେ ମୋଦି- ଜିନ୍ପିଙ୍ଗଙ୍କ ମହାମିଳନ ଦେଖିବାକୁ ମିଳିବ ।

ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜିନ୍ପିଙ୍ଗ ମମଲାପୁରମ୍ (ମହାବଲିପୁରମ୍)ରେ ବହୁ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ତେବେ ଚିନ୍ ରାଷ୍ଟ୍ରପତି ସନ୍ଧ୍ୟା ୫ ଟାରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ହେବାପରେ ମୋଦି ତାଙ୍କୁ ତିନିଟି ଐତିହାସିକ ସ୍ଥଳକୁ ପରିଭ୍ରମଣରେ ନେବେ । ଏହା ପରେ ମୋଦି ଓ ଜିନ୍ପିଙ୍ଗ୍ ଶୋର୍ ଟେମ୍ପୁଲ୍ ଯିବେ ଏବଂ ସେଠାରେ ସାଂସ୍କୃତିକ କାର୍ୟ୍ୟକ୍ରମ ଦେଖିବେ । ଏହି ଶୋର୍ ଟେମ୍ପଲ ପରିସରରେ ରାଷ୍ଟ୍ରପତିଙ୍କ ଡିନରର ଆୟୋଜନ କରାଯିବ । ଶନିବାର ଦିନ ସକାଳରେ ଦୁଇ ନେତା ଫିସରମେନ୍ସ କୋବ ରିଜାର୍ଟରେ ଏକାନ୍ତ ଆଲୋଚନା କରିବେ । ଏହାପରେ ଭାରତ ଓ ଚିନ୍ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିବେ । ଶନିବାର ଦିନ ଅପରାହ୍ନରେ ଚିନ୍ ରାଷ୍ଟ୍ରପତି ନେପାଳ ଗସ୍ତରେ ଯିବେ ।

ଆଜି ଅପରାହ୍ନରେ ମୋଦି ଏବଂ ଜିନପିଙ୍ଗ ବାଗବାନିରେ ପହଞ୍ଚିବେ । ସେନେଇ ବାଗବାନି ବିଭାଗର ପଞ୍ଚରଥର ଦୁଆରକୁ ବହୁତ ସୁନ୍ଦର ଭାବେ ସଜାଯାଇଥିବା ଜଣାପଡିଛି । ଏଠାକୁ ଆଜି ଦିପ୍ରହର ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚିନି ରାଷ୍ଟ୍ରପତି ଆସିବେ । ଏହାର ସଜାବଟ ପାଇଁ ୧୮ ପ୍ରକାର ପରିବା ଏବଂ ଫୁଲର ବ୍ୟବହାର କରାଯାଇଛି, ଯାହାକୁ ରାଜ୍ୟର ବିଭିନ୍ନ ଭାଗରୁ ଅଣାଯାଇଛି ।

Please follow and like us: