ବରିଷ୍ଠ ରାଜନୀତିଜ୍ଞ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କ ହାତ ଧରିଲେ ସିନେ ଅଭିନେତା ଅର୍ଧେନ୍ଦୁ

ENTERTAINMENT

ଭୁବନେଶ୍ବର : ଅଭିନେତା ଅର୍ଧେନ୍ଦୁଙ୍କର ବରିଷ୍ଠ ରାଜନୀତିଜ୍ଞ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ସହ ବିବାହ ହୋଇଛି। ଯଥାରୀତି ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ନିର୍ବନ୍ଧ ହେବା ପରଠୁ ଏହି ଯୋଡ଼ିଙ୍କ ବିବାହ ଚର୍ଚ୍ଚାରେ ରହିଥିବା ବେଳେ ଆଜି ବାଜା ବାଣ ରୋଶଣି କରି ବରଯାତ୍ରୀଙ୍କ ସହ ବରବେଶରେ ବରମୁଣ୍ଡା ପଡ଼ିଆରେ ପହଞ୍ଚିଥିଲେ ଅର୍ଧେନ୍ଦୁ। ରାଜକୀୟ ସାଜସଜା ମଧ୍ୟରେ ତାଙ୍କୁ ସ୍ବାଗତ କରାଯାଇଥିବା ବେଳେ ସେଠାରେ ବାହାଘର ସମ୍ପନ୍ନ ହୋଇଛି।

ଏହି ବରଯାତ୍ରୀ ଓ ବିବାହ ଉତ୍ସବରେ ବହୁ ନେତା, ମନ୍ତ୍ରୀ, ଅଭିନେତା ସାମିଲ୍ ହୋଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ସୂଚନାଯୋଗ୍ୟ ପଲ୍ଲବୀ ପେସାରେ ଡାକ୍ତର ହୋଇଥିବା ବେଳେ ଅର୍ଧେନ୍ଦୁ ବେଶ କିଛି ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଛନ୍ତି। ପଲ୍ଲବୀ ଓ ଅର୍ଧେନ୍ଦୁ ଦୁହେଁ ଏକ ଇଭେଣ୍ଟରେ ଦେଖା ହୋଇଥିବା ବେଳେ ତାହା ପରେ ପ୍ରେମର ରୂପ ନେଇଥିଲା। ଏହି ପ୍ରେମ ଶେଷରେ ଦୁଇ ଜଣଙ୍କୁ ଜୀବନସାଥୀ କରିଛି।

Please follow and like us:
error