ଶ୍ରୀମନ୍ଦିର ଚତୁଃପାର୍ଶ୍ଵ କାର୍ଯ୍ୟ ନେଇ ତତ୍ପର ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୩ ମାସରେ ସାରିବାକୁ ନିର୍ଦ୍ଦେଶ

STATE

ଆଜି ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ କାର୍ଯ୍ୟ ତଦାରଖ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁଃପାର୍ଶ୍ଵ ହେରିଟେଜ କରିଡର ଅନୁଧ୍ୟାନ କରିଛନ୍ତି । ଆସନ୍ତା ୩ ମାସ ମଧ୍ୟରେ ବେଢା ପରିକ୍ରମା କରିବା ସହିତ ଜମି ଅଧିଗ୍ରହଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜମି ଅଧିଗ୍ରହଣ ଜାନୁଆରୀ ୧ ତାରିଖ ସୁଦ୍ଧା ସାରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ଜମି ଅଧିଗ୍ରହଣ ସରିବା ପରେ ହିଁ କାମ ଆରମ୍ଭ କରିବାକୁ ।

ଏହାଛଡା ଦର୍ଶନାର୍ଥୀ ଯେପରି ସୁବିଧାରେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ, ତାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ମେଘନାଦ ପାଚେରୀକୁ ଲାଗି ରହିଥିବା ଇଲେକ୍ଟ୍ରି ସବଷ୍ଟେସନ ନରଖିବାକୁ । ମହାପ୍ରସାଦ ମଧ୍ୟ ଅଧିକ ପରିମାଣରେ ପ୍ରସ୍ତୁତ କରିବାକୁ କହିଛନ୍ତି ଯେପରି କି ଅଧିକ ଶ୍ରଦ୍ଧାଳୁ ମହାପ୍ରସାଦ ପାଇପାରିବେ । ପର୍ଯ୍ୟାପ୍ତ ପରିମାଣର ଇଲେକ୍ଟ୍ରି ଗାଡି ବୟସ୍କ ଦର୍ଶନାର୍ଥୀଙ୍କ ନିମନ୍ତେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Please follow and like us: