ହସି ହସାଉଥିଲେ ଯେଉଁ ସଲିଲ ମିତ୍ର, ସେ ଆଉ ନାହାନ୍ତି

STATE

ଓଡିଆ ସିନେମା ଜଗତରେ ନିଜର କମେଡିରେ ଯିଏ ସିନେ ପ୍ରେମୀମାନଙ୍କୁ ହସେଇ ରସେଇ ମଜା ଦେଉଥିଲେ, ସେହି ମହାନ କମେଡି କଳାକାର ସଲିଲ ମିତ୍ର ଆଉ ନାହାନ୍ତି । ଏକ ଘରୋଇ ହସ୍ପିଟାଲରେ ଗତକାଲି ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ଓଡିଆ ଚଳଚ୍ଚିତ୍ର ଓ ଟେଲି ଜଗତ ପାଇଁ ତାଙ୍କର ଅବଦାନ ଚିର ସ୍ମରଣୀୟ । ତାଙ୍କର ନିଖୁଣ ଅଭିନୟ ନିମନ୍ତେ ସେ ଓଡିଶାର ଘରେ ଘରେ ପରିଚିତ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୨ ତାରିଖରେ ଘଟଗାଁ କଲେଜ ଛକ ନିକଟରେ ସଲିଲଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କଟକ ଓ ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସେ ପ୍ରାଣତ୍ୟାଗ କରିଛନ୍ତି ।

Please follow and like us:
error