କମିଟି ଜଣାଇବ ଡ଼ିସିପିଙ୍କୁ କେତେ ଉଚ୍ଚ ହେବ ମୂର୍ତ୍ତି : ହାଇକୋର୍ଟ ନିର୍ଦ୍ଦେଶ

STATE

ହାଇକୋର୍ଟରେ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ନେଇ ହୋଇଥିବା ମାମଲାରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ମୂର୍ତ୍ତିର ଉଚ୍ଚତା କେତେ ହେବ ତାହା ଡ଼ିସିପିଙ୍କୁ କମିଟି ଜଣାଇବ । ଉଲ୍ଲେଖଯୋଗ୍ୟ ଯେ ଦୁର୍ଗାମୂର୍ତ୍ତି ୪ ଫୁଟ ଉଚ୍ଚତା କରିବାକୁ ପ୍ରଶାସନର ନିର୍ଦ୍ଦେଶକୁ ନେଇ ପୂଜା କମିଟି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଆଜି ସନ୍ଧ୍ଯା ୭ଟାସୁଦ୍ଧା ତିଆରି ଚାଲିଥିବା ମୃତ୍ତିର ଉଚ୍ଚତା ନେଇ କମିଟି ଡ଼ିସିପିଙ୍କୁ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡ଼ିସିପିଙ୍କୁ ପ୍ରତ୍ଯେକ ପୂଜା କମିଟି ନିଜ ନିଜ ମୂର୍ତ୍ତି ଉଚ୍ଚତା ଜଣାଇବେ ।

ଡ଼ିସିପିଙ୍କୁ ଜଣାଇବା ପରେ ପୋଲିସ ପୁଜା ମଣ୍ଡପ ବୁଲି ଦେଖିବେ । କମିଟି ଆବେଦନ ଅନୁସାରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ଦିଆଯିବ । ଏବେ ଯେଉଁ କମିଟି ଯେତିକି ଉଚ୍ଚର ମୂର୍ତ୍ତି କରିଥିବେ, ପୋଲିସ ସେତିକି ଦେଖିବେ ।

Please follow and like us: