odisha infocus

କଂଗ୍ରେସ କହିଲା ଚିଦମ୍ବରମଙ୍କୁ ଗିରଫ ହେଉଛି ଲୋକତନ୍ତ୍ରର ହତ୍ୟା

NATIONAL

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଭିଯୁକ୍ତ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି॰ଚିଦାମ୍ବରମଙ୍କୁ ଗତକାଲି ତାଙ୍କ ବାସଭବନରୁ ଗିରଫ କରିଛି ସିବିଆଇ । ତେବେ ଏଥିରେ କ୍ଷୁବ୍ଧ ହୋଇଛି କଂଗ୍ରେସ ଦଳ। ଆଜି କଂଗ୍ରେସ ଚିଦାମ୍ବରମଙ୍କୁ ସିବିଆଇ ଗିରଫ ଘଟଣାରେ ଆୟୋଜିତ କରିଥିଲା ଏକ ପ୍ରେସମିଟ ।

loading...

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ପ୍ରତିକ୍ରିୟାରେ କହିଛନ୍ତି ଯେ ଦିନ ଦ୍ଵିପ୍ରହରରେ ଲୋକତନ୍ତ୍ରର ହତ୍ୟା କରାଯାଇଛି । ଚିଦାମ୍ବରମଙ୍କ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଉଦ୍ୟମ ହୋଇଛି । ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଛନ୍ତି ସରକାର । ଚିଦାମ୍ବରଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ।

Please follow and like us:
error
loading...