odisha infocus

କଂଗ୍ରେସ ର ଅଭିଯୋଗ, ଚାଷୀଙ୍କୁ ହତାଶ କରୁଛନ୍ତି ରାଜ୍ୟ ସରକାର

News STATE

ଭୁବନେଶ୍ୱର : ସେ ପେନସନ ପ୍ରେଷ୍ଟିଜ କଥା ହେଉ ବା ଚାଷୀଙ୍କ ଧାନ ବିକ୍ରି । ସବୁ କ୍ଷେତ୍ରରେ ସରକାର ଏମାନଙ୍କ ଲାଗି ଦାଉ ସାଜୁଛନ୍ତି । ଦିନକୁ ଦିନ ବଢ଼ିଚାଲିଛି ଚାଷୀଙ୍କ ସମସ୍ୟା । ଏଣୁ ଏହି ଚାଷୀକୂଳ ପାଇଁ ଏବେ ଦରଦୀ ବନ୍ଧୁ ସାଜିଛି କଂଗ୍ରେସ । ଚଳିତ ବର୍ଷ ଅମଳ ହୋଇଥିବା ଧାନକୁ କିଣିବା ସହ ଧାନ ମଣ୍ଡି ସମସ୍ୟାକୁ ସରକାର ଦୁଇରୁ ତିନିଦିନ ମଧ୍ୟରେ ଯଦି ସମାଧାନ ନକରିବେ, ତେବେ ରାଜ ରାସ୍ତାକୁ କଂଗ୍ରେସ ଓହ୍ଲାଇବ ବୋଲି ସିଧାସଳଖ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି କଂଗ୍ରେସ । ସରକାରଙ୍କ ଯୋଗାଣ ବିଭାଗରେ ଥିବା ମନ୍ତ୍ରୀ ସୂର୍ୟ୍ୟନାରାୟଣ ପାତ୍ର ପୂର୍ବରୁ କହିଥିଲେ କି’ ମଣ୍ଡିରେ ମିଲର୍ସମାନେ ଯଦି କଟନୀ ଛଟନୀ କରିବେ ତେବେ ସେମାନଙ୍କୁ ରିରଫ କରାଯିବ । ଏନେଇ ସବୁ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହା କାର୍ୟ୍ୟକାରୀ ହେଉନଥିବା କଂଗ୍ରେସ ଅଭିଯୋଗ କରିଛି ।

loading...

ଏହି ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଦଳର ବିଧାୟକ ଦଳର ମୁଖ୍ୟ ସଚେତକ ତାରାବାହିନୀ ପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସର ବହୁ ତୁଙ୍ଗ ନେତାମାନେ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ଚାଷୀଙ୍କ ଧାନ କିଣାରେ କରୁଥିବା ଅନିୟମିତତାର ପର୍ଦ୍ଦାଫାସ କରିବା ଏହି ସାମ୍ବାଦିକ ସମ୍ମିଳନୀର ମୂଳ ଲକ୍ଷ । ସେପଟେ ସରକାର ଯଦି ୨ରୁ ୩ଦିନ ମଧ୍ୟରେ କୈାଣସି ସମାଧାନ ନକରିବେ ତେବେ ରାଜରାସ୍ତାରେ ଶହ ଶହ କଂଗ୍ରେସ କର୍ମୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି ।

Please follow and like us:
error
loading...