odisha infocus

ହାତରୁ କର୍ଣାଟକ ଚାଲିଯିବା ଭୟରେ ଅସ୍ଥିର କଂଗ୍ରେସ

NATIONAL

ଗତ ଶନିବାର ଦିନ କଂଗ୍ରେସରୁ ୧୧ ବିଧାୟକ ଓ ଜେଡ଼ିଏସରୁ ୩ ବିଧାୟକ ଇସ୍ତଫା ଦେଇଛନ୍ତି । ବାଚସ୍ପତି ଛୁଟିରେ ଥିବାରୁ ସେମାନେ ତାଙ୍କର ଇସ୍ତଫାପତ୍ର ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବଙ୍କୁ ପ୍ରଦାନ କରିଛନ୍ତି । ଏହା ବାଦ ରାଜଭବନ ଯାଇ ରାଜ୍ୟପାଳ ବଜୁଭାଇ ଭାଲାଙ୍କୁ ଭେଟି ସେମାନେ ଦଳରୁ ଇସ୍ତଫା ଦେବା ବିଷୟ ଅବଗତ କରାଇଛନ୍ତି ।

loading...

କଂଗ୍ରେସ-ଜେଡ଼ିଏସ ମେଣ୍ଟ ସରକାରରେ କଂଗ୍ରେସ ୭୮, ଜେଡ଼ିଏସ ୩୭, ବିଏସପି ଜଣେ ଓ ୨ ଜଣ ସ୍ଵାଧୀନ ସଭ୍ୟଙ୍କୁ ମିଶାଇ ୧୧୮ ଥିବାବେଳେ ଇସ୍ତଫା ଦେଇଥିବା ବିଧାୟକଙ୍କ ଇସ୍ତଫା ଗୃହିତ ହେଲେ ମେଣ୍ଟ ସରକାରର ସଦସ୍ୟ ସଂଖ୍ୟା ୧୧୮ରୁ ୧୦୪କୁ ଖସି ଆସିବ ଓ ସଂଖ୍ୟାଲଘୁ ହୋଇଯିବ । ଏହା ଘଟିଲେ ବିଜେପିର ସଂଖ୍ୟା ରହିଛି ୧୦୫ । ସରକାର ଗଠନ ପାଇଁ ମଧ୍ୟ କୁହୁକ ସଂଖ୍ୟା ୧୦୫ ହେଉଥିବାରୁ ବିଜେପି ସରକାର ଗଠନ କରିବାକୁ ବାଟ ଫିଟିଯିବ । ବିଜେପି ମଧ୍ୟ ଏହି ମୌକା ହାତଛଡା କରିବାକୁ ଚାହୁଁନାହିଁ । ସରକାର ଗଢିବା ପାଇଁ ବିଜେପି ପ୍ରସ୍ତୁତ ବୋଲି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡ଼ି॰ଭି॰ସଦାନନ୍ଦ ଗୌଡା ଖବରଦାତାମାନଙ୍କୁ କହିଛନ୍ତି ।

ଏଥିପାଇଁ ବିଚଳିତ ହୋଇପଡିଛି କଂଗ୍ରେସ । ଚଳିତ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧୀ । ଏଭଳି ସ୍ଥିତିରେ କର୍ଣାଟକର ଶାସନ ହାତରୁ ଚାଲିଯିବାର ଭୟରେ ଅସ୍ଥିର ହୋଇପଡିଛି କଂଗ୍ରେସ । ତେଣୁ ବର୍ତ୍ତମାନର ସଙ୍କଟ ଟାଳିବାକୁ କେରଳର ବରିଷ୍ଠ କଂଗ୍ରେସ ନେତା ତଥା କର୍ଣାଟକ ପ୍ରଭାରୀ କେ ସି ବେଣୁଗୋପାଳ ବେଙ୍ଗାଲୁରୁ ଯାଇ ଦଳୀୟ ବିଧାୟକମାନଙ୍କୁ ଭେଟିଛନ୍ତି । ଆଜି ମଧ୍ୟ ଆମେରିଆକ ଗସ୍ତରେ ଥିବା କର୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ଵାମୀ ଗସ୍ତରୁ ଫେରି ବେଙ୍ଗାଲୁରୁ ପହଞ୍ଚିବେ । ତେବେ କଂଗ୍ରେସ ବର୍ତ୍ତମାନ ରାଜ୍ୟରେ ଚାଲିଥିବା ରାଜନୈତିକ ଅସ୍ଥିରତା ନିମନ୍ତେ ବିଜେପି ଉପରେ ଦୋଷ ଲଦିଛି ।

Please follow and like us:
error
loading...