Indian Police

କନେଷ୍ଟବଳ ଙ୍କ ଗୁଣ୍ଡାଗିରି, ଆଦିବାସୀ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର

STATE

ଜଣେ କନେଷ୍ଟବଳ ଗୁଣ୍ଡାଗିରିର ଚରମ ସୀମାରେ ପହଞ୍ଚିଛନ୍ତି । ଚଞ୍ଚକତା କରି ମହିଳାଙ୍କ ଜମି ହଡପ କରିବାକୁ ମସୁଧା କରି ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି । ଚାକିରି କରିବା ସହିତ ଜମି ଦଲାଲି ମଧ୍ୟ ଅନ୍ୟ ପ୍ରରୋଚନରେ କରୁଛନ୍ତି । ତେଣୁ ଜମି କିଣାବିକାରେ ମଧ୍ୟସ୍ଥି ସାଜି ଜଣେ ଆଦିବାସୀ ମହିଳାଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । 

loading...

ଷ୍ଟାମ୍ପ ପେପରରେ ଚଞ୍ଚକତା କରି ମହିଳାଙ୍କ ଦସ୍ତଖତ କରାଇନେବାକୁ ଉଦ୍ୟମ କରିଥିଲେ । ମହିଳା ଜଣଙ୍କ ଜମି ବିକିବା ନିମନ୍ତେ ରାଜି ନହୋଇ ପଳାଇ ଯାଉଥିବା ବେଳେ ତାଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ । ସମ୍ପୃକ୍ତ କନେଷ୍ଟବଳ ଓ ଜମି ମହିଳାଙ୍କଠାରୁ କିଣିବାକୁ ଚାହୁଁଥିବା ବ୍ୟକ୍ତି ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । କନେଷ୍ଟବଳ ଓ ସମ୍ପୃକ୍ତ ଜମି କିଣିବା ବ୍ୟକ୍ତିଙ୍କ ନାମରେ ଏନେଇ ଥାନାରେ ଏତଲା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ମହିଳାଙ୍କ ୨ ପୁଅ ସମେତ ୫ଜଣଙ୍କୁ ପିସିଆରରେ ଅଭିଯୁକ୍ତ କନେଷ୍ଟବଳ ଉଠାଇ ଆଣିଥିଲେ । ପୁଅଙ୍କୁ ନେବାକୁ ମହିଳାଙ୍କୁ ଡାକି ଅଭିଯୁକ୍ତ କନେଷ୍ଟବଳ ମହିଳାଙ୍କ ଦସ୍ତଖତ ନେବାକୁ ଉଦ୍ୟମ କରିଥିଲେ । 

 
Please follow and like us:
error
loading...