Rath

ପୁରୀରେ ଆଗେଇ ଚାଲିଛି ରଥନିର୍ମାଣ କାର୍ଯ୍ୟ, ସରିଲା ୩ ରଥର ଚକ ଗଢା

STATE

ପୁରୀରେ ରଥଖଳାରେ ଜୋରସୋର ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଫନି ଯୋଗୁ ଗତ ୩ ତାରିଖରେ ରଥ ଖଳା ଭାଙ୍ଗି ପଡିଥିଲା । ତେଣୁ ୨/୩ ଦିନ କାମ ଧିମେଇ ପଡିଥିଲେ ବି ପରେ ପରେ ରଥ ଖଳା ପୁନଃ ନିର୍ମାଣ ହୋଇ ରଥ ନିର୍ମାଣ ଚାଲିଛି । ୩ଟି ଯାକ ରଥର ନିର୍ମାଣ କାର୍ଯ୍ୟ ତିନି ମୁଖ୍ୟ ମହାରଣା ତଦାରଖ କରୁଛନ୍ତି । ରଥକାମ ପୂର୍ବାହ୍ନ ୧୦ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କାମ କରୁଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସୁଦ୍ଧା ୩ ରଥର ଚକ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇଛି । ମୋଟ ୩୬ଟି ଚକ ନିର୍ମାଣ କରାଯାଇଛି । ତନ୍ମଧ୍ୟରୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଇଁ ୧୪, ବଳଭଦ୍ରଙ୍କ ତାଳଧ୍ଵଜ ରଥ ପାଇଁ ୧୨ ଓ ସୁଭଦ୍ରାଙ୍କ ଦର୍ପଦଳନ ରଥ ନିମନ୍ତେ ୧୦ ଚକ ନିର୍ମାଣ ହୋଇଛି ।

ସେହିପରି ରଥ କାମରେ ରୂପକାର ସେବକମାନେ ଗତ ନୃସିଂହ ଚତୁର୍ଦ୍ଦଶୀଠାରୁ ଯୋଗ ଦେଇଛନ୍ତି । ସେମାନେ ଏବେ କଣଗୁଜରେ ସିଂହବିରାଳ ଖୋଦେଇ କରୁଛନ୍ତି । କମାର ସେବକମାନେ ଅରକଣ୍ଟା, ପନ୍ଦାରୀ ଓ ବଳା କାମ କମାରଚାଳିରେ କରିବାରେ ବ୍ୟସ୍ତ ରହୁଛନ୍ତି ।

Please follow and like us:
error