ବିଶ୍ୱରେ କିଲର କରୋନା ନେଲାଣି ୩ ଲକ୍ଷ ୩୯ ହଜାରରୁ ଉର୍ଦ୍ଧ୍ଵ ମୁଣ୍ଡ

INTERNATIONAL

ନୂଆଦିଲ୍ଲୀ : ବିଶ୍ୱରେ ୫୨ ଲକ୍ଷ ୯୮ ହଜାର ୧୮୫ ଜଣ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ୩ ଲକ୍ଷ ୩୯ ହଜାର ୪୧୮ ଜଣଙ୍କ ମୃତ୍ୟୁ ହୋଇସାରିଛି । ଗୋଟିଏ ଦିନରେ ୧ ଲକ୍ଷ ୭ ହଜାର ୬୯୪ ଜଣ ନୂଆଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୧ ଲକ୍ଷ ୫୬ ହଜାର ୨୫୩ ଜଣ ସୁସ୍ଥ ହୋଇଥିବା ବେଳେ ୨୮ ଲକ୍ଷ ୨ ହଜାର ୫୧୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୪୪ ହଜାର ୧୦୯ ଜଣ ଗୁରୁତର ଅଛନ୍ତି ।

କରୋନା ଭାଇରସରେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଅଧିକ କଷ୍ଟ ପାଇଛି । ଏଠାରେ ୧୬ ଲକ୍ଷ ୪୫ ହଜାର ୭୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ହେଉଛି ୯୭ ହଜାର ୬୪୦ ଜଣ । ମୋଟ ୪ ଲକ୍ଷ ୩ ହଜାର ୯୬ ଜଣ ସୁସ୍ଥ ହୋଇଥିବା ବେଳେ ୧୭ ହଜାର ୧୦୯ ଜଣ ଗୁରୁତର ଅଛନ୍ତି । ଆମେରିକା ପରେ କରୋନା ଭାଇସରରେ ବ୍ରାଜିଲ, ଋଷିଆ, ସ୍ପେନ ଓ ବ୍ରିଟେନ ସଂଷର୍ଷ କରୁଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୩ ଲକ୍ଷ ୩୦ ହଜାର ୮୯୦ ସଂକ୍ରମିତ, ୨୧ ହଜାର ୪୮ ମୃତ
ଋଷିଆ: ୩ ଲକ୍ଷ ୨୬ ହଜାର ୪୪୮ ଜଣ ସଂକ୍ରମିତ, ୩ ହଜାର ୨୪୯ ଜଣ ମୃତ
ସ୍ପେନ:   ୨ ଲକ୍ଷ ୮୧ ହଜାର ୯୦୪ ସଂକ୍ରମିତ, ୨୮ ହଜାର ୬୨୮ ମୃତ
ବ୍ରିଟେନ:୨ ଲକ୍ଷ ୫୪ ହଜାର ୧୯୫ ସଂକ୍ରମିତ, ୩୬ ହଜାର ୩୯୩ ଜଣ ମୃତ
ଇଟାଲୀ:୨ ଲକ୍ଷ ୨୮ ହଜାର ୬୫୮ ସଂକ୍ରମିତ, ୩୨ ହଜାର ୬୧୬ ମୃତ

Please follow and like us: