ଦିନକୁ ଦିନ କରୋନା ନେଇ ଦେଶରେ ଗମ୍ଭୀର ସ୍ଥିତି , ୮ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

NATIONAL

ନୂଆଦିଲ୍ଲୀ : ଭାରତରେ ଉଗ୍ର ରୂପ ନେଉଛି କରୋନା। ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୨୭ ହଜାର ରୁ ଅଧିକ ଆକ୍ରାନ୍ତ ସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୨ ହଜାର ପାର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବିଶ୍ଵର ୨୧୩ ଦେଶକୁ ବ୍ୟାପିଛି ମହାମାରୀ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ୨୨ ହଜାର ୬୭୪ରେ ପହଂଚିଛି । ଭାରତରେ ୨୨ ହଜାର ୧୫୨ କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ ୫ ଲକ୍ଷ ୧୬ ହଜାର ୩୦୮ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୮୩ ହଜାର ୮୩୫ ସକ୍ରିୟ ଅଛନ୍ତି। ଏବେ ୨ ଲକ୍ଷ ୮୩ ହଜାର ୮୩୫ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୨୭ ହଜାର ୧୧୪ ନୂଆ ମାମଲା ସାମନାକୁ ଆସିଛି। ଏହା ପୁଣି ପୂର୍ବ ରେକର୍ଡ ଭାଙ୍ଗିଛି । ଏହା ସହ ୫୧୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ହେଉଛି । ରାଜ୍ୟରେ ୨ ଲକ୍ଷ ୪୦ ହଜାର ନିକଟତର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ୯ ହଜାର ୮୦୦ ଟପିଲାଣି ମୃତ୍ୟୁ ସଂଖ୍ୟା । ମହାରାଷ୍ଟ୍ରରେ ୯୮୯୩, ଦିଲ୍ଲୀରେ ୩୩୦୦, ଗୁଜରାଟରେ ୨୦୨୩, ପଶ୍ଚିମବଙ୍ଗରେ ୮୮୦, କର୍ଣାଟକରେ ୫୪୫ ଓ ଆନ୍ଧ୍ରପ୍ରଦେଶରେ ୨୯୨ ଜଣ କରୋନ ସଂକ୍ରମଣରେ ପ୍ରାଣ ହରାଇଛନ୍ତି ।

Please follow and like us: