୨୦୧୯ ବିଶ୍ଵକପ ପାଇଁ ୧୫ ଜଣିଆ ଭାରତୀୟ କ୍ରିକେଟ ଟିମ ଘୋଷିତ

SPORTS

ଆଜି ଘୋଷିତ ହୋଇଛି ୨୦୧୯ ବିଶ୍ଵକପ ପାଇଁ ୧୫ ଜଣିଆ କ୍ରିକେଟ ଟିମ । ଏହି ଟିମ ନିମନ୍ତେ ବିରାଟ କୋହଲିଙ୍କୁ ଦଳର ଅଧିନାୟକ ରୂପେ ଚୟନ କରାଯାଇଛି । ସେହିପରି ରୋହିତ ଶର୍ମାଙ୍କୁ ଉପଅଧିନାୟକ ରୂପେ ମନୋନୀତ କରାଯାଇଛି ।

ଏହି ଦୁଇଜଣଙ୍କ ବ୍ୟତୀତ ଦଳରେ ଯେଉଁମାନଙ୍କୁ ନିଆଯାଇଛି, ସେମାନେ ହେଲେ ଶିଖର ଧାବନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ସାମି, ଦିନେଶ କାର୍ତ୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂ ଧୋନି, ବିଜୟ ଶଙ୍କର, କୁଲଦୀପ ଯାଦବ, ଭୁବନେଶ୍ଵର କୁମାର, କେଏଲ ରାହୁଲ ଓ ଯୁଝବେନ୍ଦ୍ର ଚହଲ । ଏହା ବାଦ ଯଶପ୍ରୀତ ବୁମରାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି ।

Please follow and like us:
error