ପେଟ୍ରୋଲଠୁ ଡିଜେଲ ଦର ଅଧିକ ରହିବା ସହ ଦରରେ ପୁଣି ବୃଦ୍ଧି

NATIONAL

ନୂଆଦିଲ୍ଲୀ : ଗୋଟିଏ ଦିନର ବ୍ୟବଧାନ ପରେ ଆଜି ପୁଣି ବଢିଲା ତେଲ ଦର। ଆଜି ପେଟ୍ରୋଲ ଲିଟର ପିଛା ୫ ପଇସା ଓ ଡିଜେଲରେ ୧୩ ପଇସା ବୃଦ୍ଧି ହୋଇଛି । ଲଗାତାର ୨୧ ଦିନ ଦର ବୃଦ୍ଧି ପରେ ଗତକାଲି ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ବୃଦ୍ଧି ଘଟି ନ ଥିଲା । କିନ୍ତୁ ପୁଣି ଆଜି ଦର ବଢିଛି। ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ହେବା ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୪୩ ପଇସା ଓ ଡିଜେଲ ଲିଟର ପିଛା ୮୦ ଟଙ୍କା ୫୩ ପଇସା ହୋଇଛି ।

ଜୁନ୍ ୭ ତାରିଖ ଠାରୁ ଲଗାତାର ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର। ୨୧ ଦିନ ଦରବୃଦ୍ଧି ପରେ ଗତକାଲି ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ତେବେ ପ୍ରଥମ ଥର ପାଇଁ ଦିଲ୍ଲୀରେ ଡିଜେଲ ପେଟ୍ରୋଲ ଦରଠାରୁ ମହଙ୍ଗା ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏପଟେ ତୈଳଦରରେ ବୃଦ୍ଧି ହେତୁ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ପଦାର୍ଥରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି ।

Please follow and like us: