କେନ୍ଦ୍ରାପଡାରେ ଦୁର୍ବୃତ୍ତ ଲୁଟି ନେଲେ ୨୦ଲକ୍ଷ ଟଙ୍କାର ଗହଣା

CRIME STATE

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବଜାରରେ ଏକ ବଡ ଧରଣର ଲୁଟ ହୋଇଛି । ସକାଳେ ଧୂପ ଦେବା ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ୨୦ଲକ୍ଷ ଟଙ୍କାର ଗହଣା ଲୁଟ କରି ଫେରାର ହୋଇ ଯାଇଛନ୍ତି ।
ସୂଚନା ମୁତାବକ, ଆଜି ସକାଳ ୧୦ଟାରେ ରାଜନଗର ବଜାରରେ ଥିବା ଶ୍ରୀମତି ଅଳଙ୍କାର ଏବଂ କଂସା ବାସନ ଭଣ୍ଡାର ନାମକ ଏକ ଗହଣା ଦୋକାନରେ ମାଲିକ ଜଣଙ୍କ ଧୂପ ଦେଉଥିଲେ । ସେହି ସମୟରେ ଦୁଇଜଣ ଦୁର୍ବୃତ୍ତ ଆସି ଦୋକାନ ଭିତରେ ଥିବା ଗହଣା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଥିଲେ ।

ଏହି ବ୍ୟାଗରେ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଗହଣା ଥିବା ଦୋକାନୀ କହିଛନ୍ତି । ଏହା ସହ ସେ ରାଜନଗର ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ ବର୍ତ୍ତମାନ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ରାଜନଗର ବଜାର ଏକ ଜନଗହଳି ପୂର୍ଣ୍ଣ ଅଂଚଳ ହୋଇଥିବା ବେଳେ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ ଅନ୍ୟ ଦୋକାନୀଙ୍କ ଚିନ୍ତା ବଢାଇଛି । ଏହାସହ ପୋଲିସର କାର୍ୟ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।

Please follow and like us:
error