ବଡ ଖବର ; ସିଏମସି ପକ୍ଷରୁ ସୂଚନା କଟକରେ ୮ ତାରିଖ ଯାଏଁ ସଟ ଡାଉନ

STATE

କଟକ : କଟକରୁ ଆଜି ୧୧ ପଜେଟିଭ ଚିହ୍ନଟ ହେବା ପରେ କଟକ ସହରକୁ ସଟ ଡାଉନ ଘୋଷଣା କରାଯାଇଛି । ୮ ତାରିଖ ଯାଏଁ କଟକକୁ ସଟ ଡାଉନ ଘୋଷଣା ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ୮ ତାରିଖ ମଧ୍ୟରାତ୍ର ଯାଏଁ ଏହା ବଳବତ୍ତର ରହିବ । ଘୋଷଣା ତତ୍କାଳ ଲାଗୁ ନେଇ ସିଏମସି ପକ୍ଷରୁ ସୂଚନା ରହିଛି ।

କୌଣସି ଅଣ ଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବନି । ସମସ୍ତ ଅଣ ଅତ୍ୟାବଶ୍ୟକ ଦୋକାନ ସଂପୂର୍ଣ୍ଣ ବନ୍ଦ ରହିବ । ଗ୍ରୋସରୀ, ପରିବା, କ୍ଷୀର ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯିବ । ସକାଳ ୫ରୁ ସନ୍ଧ୍ୟା ୬ ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ।

Please follow and like us: