ଫନି ଆସିଥିବା ମାସେ ପୁରିଲା, ହେଲେ ଦୁର୍ଦ୍ଦଶା ଭିତରେ ଏବେବି ପୁରୀ

STATE

ଗତ ମାସ ଅର୍ଥାତ ମେ ୩ ରେ ଆସିଥିଲା ଫନି । ଆଜିକୁ ମାସେ ପୁରିଲା । ହେଲେ ଏ ପର୍ଯ୍ୟନ୍ତ ପୁରୀବାସୀଙ୍କ ଦୁର୍ଦ୍ଦଶା ଦୂର ହୋଇନାହିଁ । ସବୁ କ୍ଷେତ୍ରରେ ଅସୁବିଧା ଭୋଗୁଛନ୍ତି ପୁରୀବାସୀ ।

ପୁରୀ ଓ ତାର ଆଖପାଖ ଅଞ୍ଚଳରେ ବର୍ତ୍ତମାନ ମୁଖ୍ୟ ସମସ୍ୟା ହୋଇଛି ବିଦ୍ୟୁତ ସଂଯୋଗ ନେଇ । ସବୁ ଅଞ୍ଚଳକୁ ଏ ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇପାରିନାହିଁ। ଯେଉଁଠି ବା ହୋଇଛି, ସେଠାରେ ନିରବଚ୍ଛିନ୍ନ ଭାବେ ଦିଆଯାଇପାରୁନାହିଁ । ଏହା ବ୍ୟତୀତ ବିଭିନ୍ନ ମୁଖ୍ୟ ରାସ୍ତାଗୁଡିକରେ ଷ୍ଟ୍ରୀଟ ଲାଇଟ ବି ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହୋଇଛି ।

ଏହା ପର ସମସ୍ୟା ହେଉଛି ଜଳ ସମସ୍ୟା । ଯଦିଓ ପୂର୍ବାପେକ୍ଷା ଅବସ୍ଥା ସୁଧୁରିଛି, ତଥାପି ବିଦ୍ୟୁତ ଅଭାବରୁ ଅନେକ ଅଞ୍ଚଳ ବିଶେଷତଃ ପୁରୀ ନିକଟସ୍ଥ ଗ୍ରାମାଞ୍ଚଳଗୁଡିକ ଏବେବି ଜଳସଙ୍କଟରେ ରହିଛି ।

ବାତ୍ୟାକୁ ମାସେ ପୁରିଲେ ବି ବିଭିନ୍ନ ସ୍ଥାନରେ ଏବେବି ଅଳିଆ ଗଦା ହୋଇ ରହିଛି । ନାଳ ନର୍ଦ୍ଦମା ଆଦିର ସଫେଇ ନହୋଇ ଦୁର୍ଗନ୍ଧ ଛାଡୁଛି । ଆଗକୁ ଆସୁଛି ବର୍ଷା ଦିନ । ଟିକେ ବର୍ଷାରେ ବି ରାସ୍ତା ନର୍ଦ୍ଦମା ଜଳରେ ଉବୁଟୁବୁ ହେବ ।

ପୂର୍ବରୁ ବିଜେଡ଼ି ଅଧୀନରେ ପୁରୀ ସହର ଥିଲା ବୋଲି କହିବାକୁ ହେବ । କାରଣ ମହେଶ୍ଵର ମହାନ୍ତିଙ୍କ ତତ୍ତ୍ବାବଧାନରେ ବାତ୍ୟା ପ୍ରପୀଡିତଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ ସୂଚାରୁ ରୂପେ ଚାଲିଥିଲା ବେଳେ ଏବେ ସେଥିରେ ଶିଥିଳତା ପରିଲକ୍ଷିତ ହୋଇଛି । ତେବେ ବର୍ତ୍ତମାନର ନୂତନ ବିଜେପି ବିଧାୟକ ଏନେଇ ଜେଲ୍ଲାପାଳଙ୍କ ସହ ସମ୍ପର୍କ ରକ୍ଷା କରିବା ପରେ କିଛିଟା ଆଗେଇଛି ।

Please follow and like us:
error