ବିଶେଷ ସତର୍କ ସୂଚନା, ଓଡିଶା ଛୁଇଁପାରେ ବାତ୍ୟା ‘ଫନି’

Weather

ଓଡିଶା ପାଇଁ ବାତ୍ୟା ‘ଫନି’ ବିପଦର କାରଣ ହେବ ନୁହେଁ ବୋଲି ପୂର୍ବରୁ ପାଣିପାଗ ବିଭାଗ ସୂଚନା ଦେଇଥିଲେ ବି ସତର୍କ ରହିବାକୁ ଏବେ ପରାମର୍ଶ ଦିଆଯାଇଛି । କୁହାଯାଉଛି ଯେ ଓଡିଶାରେ ସ୍ଥଳଭାଗକୁ ବାତ୍ୟା ଫନି ଛୁଇଁବାର ସମ୍ଭାବନାକୁ ଏଡେଇ ଦିଆଯାଇନପାରେ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଦିଆଯାଇଛି । ତେବେ ଆଇଏମଡ଼ି ତାମିଲନାଡୁ ଓ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବା ଆଶଙ୍କାକୁ ଏଡେଇ ଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୩୦ ତାରିଖ ସୁଦ୍ଧା ବାତ୍ୟା ଫନି ଅତି ପ୍ରବଳ ବାତ୍ୟାର ରୂପ ନେଇପାରେ । ଏହା ମେ ୧ ତାରିଖରୁ ଗତିପଥ ପରିବର୍ତ୍ତନ କରିବ । ଉତ୍ତର ପଶ୍ଚିମରୁ ଉତ୍ତର-ପୂର୍ବ ମୁହାଁଇବ । ଏହି ସମୟରେ ଏହା ଓଡିଶା ଉପକୂଳ ଦେଇ ପାସ କରିପାରେ ବୋଲି ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ପ୍ରକାଶ । ସୂଚନା ମୁତାବକ ଲ୍ୟାଣ୍ଡଫଲ ହୁଏତ କରିନପାରେ, ତେବେ ଓଡିଶା ଉପକୂଳରେ ପାସ କରିପାରେ । ଏହାର ପ୍ରଭାବରେ ୨ ତାରିଖରେ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଲାଗି ରହିବ । ୩ରେ ଉପକୂଳ ଓ ଅଭ୍ୟନ୍ତର ଓଡିଶାରେ ପ୍ରବଳ ବର୍ଷା ଲାଗିରହିବ । ୪ ତାରିଖ ସୁଦ୍ଧା ଲ୍ୟାଣ୍ଡଫଲ ନେଇ କୌଣସି ପୂର୍ବନୁମାନ ହୋଇନି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି । ୧ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ କୁହାଯାଇଛି । ଓଡିଶାରେ ହିଟ ୱେଭ ଆଉ ୨ ଦିନ ରହିବ ବୋଲି ପାଣିପାଗ ବିଭାଗ ପ୍ରକାଶ କରିଛି । ୨ ଦିନ ପରେ ତାପମାତ୍ରା ହ୍ରାସ ପାଇବ ।

Please follow and like us: