odisha infocus

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଡକାୟତି

STATE

କେନ୍ଦ୍ରପଡା ଅଞ୍ଚଳରେ ଏକ ସଶସ୍ତ୍ର ଡକାୟତି ଘଟିଯାଇଛି । ବନ୍ଧୁକ ଦେଖାଇ ୩ ଜଣ ଦୁର୍ବୃତ୍ତ ଏକ ପେଟ୍ରୋଲ ପମ୍ପରୁ ପ୍ରାୟ ଏକ ଲକ୍ଷ ଟଙ୍କା ଲୁଟ ହୋଇଛି । ଏନେଇ ଥାନାରେ ଏତଲା ଦିଆଯାଇଛି ।

ସୂଚନା ଅନୁଯାୟୀ ମାର୍ଶାଘାଇ ଥାନା ହଜାରି ଛକ ପାଖରେ ଥିବା ପେଟ୍ରୋଲ ପମ୍ପରୁ ଲୁଟ ହୋଇଛି । ବନ୍ଧୁକ ଦେଖାଇ ଓ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ତେବେ ସଠିକ କେତେ ଟଙ୍କା ଲୁଟ ହୋଇଛି, ତାହା ଜଣା ପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି ।

Please follow and like us:
error