Naveen

ଦାମୋଦର ରାଉତ ଙ୍କର ନବୀନଙ୍କ ଉପରୁ କ୍ରୋଧ ହଟିଲା

STATE

ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗ ନେଇ ବର୍ତ୍ତମାନର ବିଜେପି ନେତା ଦାମୋଦର ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିଜର ଆଭିମୁଖ୍ୟ ବଦଳାଇଥିବାର ଦେଖାଦେଇଛି । ସବୁବେଳେ ନବୀନକୁ ସମାଲୋଚନା କରୁଥିବା ଦାମୋଦର ରାଉତ ବିଜେଡ଼ିର ଅଶ୍ଵିନୀଙ୍କୁ ସମର୍ଥନ ନେଇ ପ୍ରଶଂସା କରିଛନ୍ତି । ନିଜ ପ୍ରତିକ୍ରିୟାରେ ସେ ପ୍ରକାଶ କରିଛନ୍ତି, ‘ଅଶ୍ଵିନୀ ଜେନ ଦକ୍ଷ ପ୍ରଶାସକ, ନବୀନଙ୍କୁ ଅନେକ ପରାମର୍ଶ ଦେଇଛନ୍ତି । ଦିଲ୍ଲୀରେ ମୋଦି ଓ ଶାହାଙ୍କ ସହ ନବୀନଙ୍କୁ ସେ ସାକ୍ଷାତ କରାଉଥିଲେ ।’

loading...

ସେପରି ସେ ଅଶ୍ଵିନୀଙ୍କୁ ନରସିଂହ ମିଶ୍ର ଟାର୍ଗେଟ ନେଇ ପ୍ରତିକ୍ରିୟାରେ କହିଛନ୍ତି, ‘ଅଶ୍ଵିନୀ ଏକ ଖଣି କମ୍ପାନୀର ଡାଇରେକ୍ଟର, ନରସିଂହ କଣ ଜାଣିନାହାନ୍ତି । ଖଣି ବେପାର କରୁଥିବା ଲୋକ କଣ ରାଜନୀତି କରିପାରିବେନି । ଏହା ପ୍ରସଙ୍ଗ ନୁହେଁ, ଗଣତନ୍ତ୍ରରେ ଲୋକ ପ୍ରତିନିଧିଙ୍କ ଭୂମିକା ଗୌଣ ହେଉଛି । ଗଣତନ୍ତ୍ରରେ ଅବସରପ୍ରାପ୍ତ ବ୍ୟୁରୋକ୍ରାଟଙ୍କ ଭୂମିକା ବାଢୁଛି ।’ ତେବେ ସେ ଅଶ୍ଵିନୀଙ୍କୁ ବିଜେପି କିପରି ପ୍ରାର୍ଥୀ କଲା ପ୍ରଶ୍ନକୁ; ‘ଦଳର ନୀତି ନିର୍ଦ୍ଧାରଣରେ ମୁଁ ନାହିଁ’ ବୋଲି କହି ଉତ୍ତର ଏଡାଇ ଯାଇଥିଲେ । କିନ୍ତୁ ଏହା ଦ୍ଵାରା କେନ୍ଦ୍ର-ରାଜ୍ୟ ସମ୍ପର୍କରେ ଶାଳୀନତା ଆସିଛି ବୋଲି ମନ୍ତବ୍ୟ ରଖିଥିଲେ । ସେ କହିଥିଲେ ଉଭୟଙ୍କ ଭିତରେ ସହଯୋଗ ରହିଲେ ବିକାଶ ତ୍ୱରାନ୍ୱିତ ହେବ ।

Please follow and like us:
error
loading...