ହେମାନନ୍ଦଙ୍କ ଝିଅ ଧରିଲେ ଶଙ୍ଖ

STATE

ଆଗକୁ ଆସୁଛି ନିର୍ବାଚନ । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳରେ ଚାଲିଛି ହଟଚମଟ । କିଏ ନୂଆ କରି କୌଣସି ଦଳରେ ଯୋଗ ଦେଉଛି ତ କିଏ ଗୋଟିଏ ଦଳରୁ ଅନ୍ୟ ଦଳକୁ ଜମ୍ପ ମାରୁଛି । ସେଭଳି ଏକ ଘଟନା ଏବେ ଘଟିଛି ବିଜେଡ଼ି ଦଳରେ । କଂଗ୍ରେସ ନେତା ହେମାନନ୍ଦ ବିଶ୍ଵାଳଙ୍କ ଝିଅ ଆଜି ମିସିଛନ୍ତି ବିଜେଡ଼ି ଦଳରେ । ତେଣୁ ଆସନ୍ତା ନିର୍ବାଚନରେ କଂଗ୍ରେସ ଆସୁ ଅଥବା ବିଜେଡି, ଗୋଟିଏ ପରିବାରରେ ଜଣେ କେହି ବିଧାୟକ ରହିବା ସୁନିଶ୍ଚିତ କରିବାର ଆଶା ମନରେ ରହିଛି ହେମାନନ୍ଦଙ୍କ ପରିବାରରେ ।

ବିଧିବଦ୍ଧ ଭାବେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କ ଝିଅ ସୁନିତା ଯୋଗ ଦେଇଛନ୍ତି ବିଜେଡିରେ । ନବୀନ ନିବାସରେ ନବ ଦାସଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ସୁନିତା । ଯୋଗ ଦେବା ପରେ ନିଜ ପ୍ରତିକ୍ରିୟାରେ ସୁନିତା କହିଛନ୍ତି ଯେ ନବୀନଙ୍କ ନେତୃତ୍ଵ ପ୍ରତି ଆକର୍ଷିତ ହୋଇ ସେ ବିଜେଡିରେ ମିଶିଛନ୍ତି । ସେହିପରି ସୁନିତାଙ୍କ ବିଜେଡିରେ ମିଶିବା ନେଇ ପ୍ରତିକ୍ରିୟାରେ ହେମାନନ୍ଦ କହିଛନ୍ତି, ‘ଝିଅ ତାଙ୍କର ବିଜେଡିରେ ଯୋଗ ଦେବା ନିଷ୍ପତ୍ତି ତାର ସମ୍ପୂର୍ଣ ନିଜସ୍ୱ । ସେ ଛୋଟ ପିଲା ନୁହେଁ ଯେ ସେ ମୋ ସହ ପରାମର୍ଶ କରିବ ।’ ପୁଣି ସେ କହିଥିଲେ, ‘ନିର୍ବାଚନରେ ମୁଁ କଂଗ୍ରେସ ପାଇଁ, ଝିଅ ବିଜେଡି ପାଇଁ ପ୍ରଚାର କରିବ ।’

Please follow and like us: