ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

STATE

କୌଣସି ଏକ ଅଜ୍ଞାତ ଯୁବକର ମିଳିଛି ଖଣ୍ଡବିଖଣ୍ଡିତ ମୃତଦେହ । ଉଦ୍ଧାର କରାଯାଇଛି କଟକର କୁଆଖାଇ ରେଳଧାରଣାରୁ । ଏ ପର୍ଯ୍ୟନ୍ତ ଯୁବକଟିର ପରିଚୟ ମିଳିପାରିନି । ସନ୍ଦେହ କରାଯାଉଛି ଯେ ହୁଏତ ଟ୍ରେନରେ କଟି ଯାଇ ଯୁବକଟିର ମୃତ୍ୟୁ ଘଟିଛି । ହୁଏତ ଆତ୍ମହତ୍ୟା ବି ହୋଇପାରେ । ନିର୍ଦ୍ଦିଷ୍ଟ କିଛି ଜଣା ପଡିନାହିଁ ।

loading...

ରେଳଧାରଣା ନିକଟ ଏକ ପୋଲ ତଳୁ ଗୋଟିଏ ବାଇକ ଉଦ୍ଧାର କରାଯାଇଛି । ଅନୁମାନ କରାଯାଉଛି ଯେ ବାଇକଟି ମୃତ ଯୁବକର ହୋଇଥାଇପାରେ । ତେବେ କେଉଁ ପରିସ୍ଥିତିରେ ଯୁବକଟିର ମୃତ୍ୟୁ ଘଟିଲା ସେନେଇ ପୋଲିସ ତଦନ୍ତ କରୁଛି ।

Please follow and like us:
error
loading...