ପୋଲରୁ ଖସି ଯୁବକ ମୃତ

STATE

ନବରଂଗପୁରରେ ଜଣେ ଯୁବକ ପୋଲରୁ ଖସିପଡି ମୃତ୍ୟୁବରଣ କରିଛନ୍ତି । କଲେଜ ରୋଡ ନିକଟରେ ଥିବା ପୋଲ ଉପରୁ ସେ ଖସିପଡିଥିଲେ । ମୃତକଙ୍କ ଘର ଅଞ୍ଚଳଗୁମା ପଞ୍ଚାୟତ ଚିତ୍ରକୋଟ ଗାଁରେ । ତାଙ୍କର ନାମ ବାବୁଲା ବିଶୋୟୀ। ତାଙ୍କର ମୃତଦେହ ପୋଲ ନିକଟରୁ ଉଦ୍ଧାର କରାଯାଇଛି ।

loading...

ଗତକାଲି ସେ ଭୋଜି ଖାଇବାକୁ ଯାଇଥିଲେ । ଭୋଜି ଖାଇ ବିଳମ୍ବିତ ରାତ୍ରିରେ ନିଜ ବାଇକରେ ସେ ଘରକୁ ଫେରୁଥିଲେ। ପୋଲଟା ଥିଲା କଲେଜ ରୋଡରେ ନିର୍ମାଣଧୀନ ଅବସ୍ଥାରେ । ଅନୁମାନ କରାଯାଉଛି ଯେ ଭାରସାମ୍ୟ ହରାଇ ବାବୁଲା ବାଇକ ସହିତ ପୋଲ ତଳକୁ ଖସିପଡିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

Please follow and like us:
error
loading...