ବନ୍ୟା ରେ ମୃତ୍ୟୁ ସଂଖ୍ୟା ୧୬୦ ଡେଇଁଲା

NATIONAL

ଭାରତର ୪ଟି ରାଜ୍ୟରେ ପ୍ରବଳ ବନ୍ୟା ର ବିଭୀଷିକା ଦେଖାଦେଇଛି । ସେହି ରାଜ୍ୟଗୁଡିକ ହେଲା କେରଳ, କର୍ଣାଟକ, ମହରାଷ୍ଟ୍ର ଓ ଗୋଆ । ଏହି ସବୁ ରାଜ୍ୟରେ ପ୍ରବଳ ବର୍ଷା ହେବା ଫଳରେ ଭୀଷଣ ବନ୍ୟା ଦେଖାଦେଇଛି । ପ୍ରଭୂତ ଧନଜୀବନ ହାନି ଘଟିଛି । ୪ଟି ଯାକ ରାଜ୍ୟରେ ଘଟିଥିବା ମୃତ୍ୟୁସଂଖ୍ୟା ୧୬୦ରୁ ଅଧିକ ହୋଇଛି ବୋଲି ସଦ୍ୟତମ ଆକଳନରେ ଜଣାପଡିଛି ।

ଏ ପର୍ଯ୍ୟନ୍ତ କେରଳରେ ବର୍ଷା ଓ ବନ୍ୟାରେ ୫୭ ଜଣ, ମଧ୍ୟପ୍ରଦେଶରେ ୩୨ ଜଣ, ମହାରାଷ୍ଟ୍ରରେ ୨୯ ଜଣ ଓ କର୍ଣାଟକରେ ୨୪ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ତେବେ ଏହାଠାରୁ ଆହୁରି ଅଧିକ ମୃତ୍ୟୁ ସଂଖ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Please follow and like us:
error