ଆହତ ଯୁବକଙ୍କ ମୃତ୍ୟୁ

STATE

ଢେଙ୍କାନାଳ ଅଞ୍ଚଳରେ ଆକ୍ରମଣର ଶିକାର ହୋଇଥିବା ଜଣେ ଆହତ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଗନ୍ଦିଆ ଥାନା ଅନ୍ତର୍ଗତ ଭୁତିଆ ସାହିର ପ୍ରତାପ ଭୁତିଆ । ଆକ୍ରମଣରେ ଗୁରୁତର ହୋଇଥିବାରୁ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

loading...

ମୃତକ ଗତ ମଙ୍ଗଳବାର ଦିନ ଗନ୍ଦିଆ ଛକରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣକାରୀଙ୍କ ମଧ୍ୟରୁ ଆଜି ୪ ଜଣଙ୍କୁ ଗନ୍ଦିଆ ପୋଲିସ ଅଟକ ରଖିଛି । ଇନ୍ଦିରା ଆବାସ ବଣ୍ଟନରେ ଚଞ୍ଚକତାକୁ ବିରୋଧ କରିବା ନେଇ ପ୍ରତାପଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

Please follow and like us:
error
loading...