ଦେଶରେ ମାରାତ୍ମକ ସ୍ଥିତି ନେଉଛି କରୋନା, ତେବେ ମୃତ୍ୟୁ ହାର ବିକଶିତ ଦେଶଗୁଡ଼ିକର ତୁଳାନାରେ ସାମାନ୍ୟ

NATIONAL

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୧୩ ହଜାର ଅତିକ୍ରମ କରିସାରିଛି । କେନ୍ଦ୍ର ସରକାରଙ୍କ କହିବା ଅନୁସାରେ ବିଗତ ୨ ସପ୍ତାହ ମଧ୍ୟରେ ସଂକ୍ରମଣର ଅଧା ମାମଲା ଆସିଛି । ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ପରିଚାଳନା ହେବା ପରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ମେ’ ୨୦ରୁ ୨୧ ତାରିଖ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୦ ଜଣଙ୍କର ମୃତ୍ୟୁ ହୋଇଛି ଓ ୫ ହଜାର ୬୦୯ ଜଣ ଗୁରୁତର ହୋଇଛନ୍ତି । କିନ୍ତୁ ଆଶ୍ୱସ୍ତିକର ଖବର ଯେ, ଭାରତରେ କରୋନା ଜନିତ ମୃତ୍ୟୁ ହାର ବିକଶିତ ଦେଶଗୁଡ଼ିକର ତୁଳାନାରେ ସାମାନ୍ୟ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତରେ କରୋନା ଭାଇରସ ଜନିତ ମୃତ୍ୟୁ ୩୪୦୦ରୁ ଅଧିକ । ଭାରତରେ କରୋନା ମୃତ୍ୟୁ ହାର ୩.୦୬ ପ୍ରତିଶତ । ଦେଶରେ ପାଖପାଖି ୪୫ ହଜାର ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏପର୍ୟ୍ୟନ୍ତ ପାଖାପାଖି ୧୫ଟି ଦେଶରେ ଭାରତ ତୁଳନାରେ ଅଧିକ ମୃତ୍ୟୁ ହୋଇଛି । କିନ୍ତୁ ଦେଶରେ ଏବେ ୬୩ ହଜାର ରୋଗୀଙ୍କ ଚିକିତ୍ସା ଚାଲିଛି । ଆମେରିକା, ଋଷିଆ, ବ୍ରାଜିଲ ଓ ଫ୍ରାନ୍ସ ଭଳି ବିକଶିତ ଦେଶଗୁଡ଼ିକୁ ଅସ୍ତବ୍ୟସ୍ତ କରିପକାଇଛି ମହାମାରୀ କରୋନା ଭାଇରସ ।

କରୋନା ଭାଇରସ ସଂକ୍ରମଣ ମାମଲାରେ ଭାରତ ତଥ୍ୟ ହିସାବରେ ୧୧ତମ ସର୍ବାଧିକ ପ୍ରବାବିତ ଦେଶ । ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫୬ ହଜାର ସଂକ୍ରମିତ ବ୍ୟକ୍ତି ଗତ ୮ ତାରିଖ ପରେ ଚିହ୍ନଟ ହୋଇଛନ୍ତି । ମେ’ ୮ରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଥିଲେ, ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫୬ ହଜାର ୩୪୨ । ଭାରତରେ ପ୍ରଥମ କରୋନା ଭାଇରସ ସଂକ୍ରମଣ ଗତ ଜାନୁଆରୀ ୩୦ରେ ଚିହ୍ନଟ ହୋଇଥିଲା । ଏହା ପରେ ମାର୍ଚ୍ଚ ୨୯ ବେଳକୁ ସଂକ୍ରମିତ ସଂଖ୍ୟା ୧ ହଜାର ଅତିକ୍ରମ କରିଥିଲା । ମେ’ ୬ ତାରିଖ ବେଳକୁ ଏହି ସଂଖ୍ୟା ୫୦ ହଜାର ଅତିକ୍ରମ କରିଥିଲା ।

Please follow and like us: