ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି, ୨ ଥର ସେବାୟତଙ୍କର ହେବ ୨ ଥର କରୋନା ଟେଷ୍ଟ

STATE

ପୁରୀ : ସେବାୟତଙ୍କର ହେବ ୨ ଥର କୋଭିଡ଼ ଟେଷ୍ଟ । ପୁରୀ ସର୍କିଟ ହାଉସରେ ରଥଯାତ୍ରା ପାଇଁ ଚାଲିଥିବା ବୈଠକ ଶେଷ ହୋଇଛି । ବୈଠକରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ୟ୍ୟକାରୀ ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ସେବାୟତଙ୍କର କରୋନା ଟେଷ୍ଟ ଉପରେ ଆଲୋଚନା ଚାଲିଥିଲା । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ରଥଯାତ୍ରାରେ ୫ ହଜାର ବ୍ୟକ୍ତି ସାମିଲ ହୋଇଛନ୍ତି । ସେବାୟତଙ୍କ ବ୍ୟତୀତ ପୋଲିସ୍ , ସଫେଇ କର୍ମଚାରଙ୍କର ମଧ୍ୟ ଟେଷ୍ଟ କରାଯିବ । ରଥଯାତ୍ରାରେ ସାମିଲ ହୋଇଥିବା ଅଢେଇ ହଜାର ସେବାୟତଙ୍କର ଦୁଇ ରାଉଣ୍ଡ କୋଭିଡ଼୍ ଟେଷ୍ଟ କରାଯିବ ।

୨୮ତାରିଖରେ ରଥ ଦକ୍ଷିଣ ମୋଡ଼ କରିବା ପୂର୍ବରୁ କୋଭିଡ଼ ଟେଷ୍ଟ ପ୍ରକ୍ରିୟା ଶେଷ କରାଯିବ । ଏହି ସମୟରେ ଯେଉଁ ମାନଙ୍କର ରିପୋର୍ଟ ନେଗେଟିଭ ଆସିବ , କେବଳ ସେମାନେ ହିଁ ସାମିଲ ହୋଇପାରିବେ । ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର କହିଛନ୍ତି , ସମ୍ପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ କରାଯିବ । ସେବାୟତଙ୍କ ପରିବାରକୁ ସଚେତନ କରାଯିବା ସହ କୋଭିଡ଼ ନିୟମ ସମ୍ପର୍କରେ ଅବଗତ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଏନେଇ ଗୋଟିଏ ଟିମ୍ ଗଠନ କରାଯିବ । ରଥଯାତ୍ରା ପାଇଁ ଆଉ ୫ ହଜାର ମାସ୍କ ମଗାଯାଇଛି ।

Please follow and like us: