ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଘୋଷଣା, ଏକ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ

STATE

ଚୌଦ୍ଵାରରେ ଆୟୋଜିତ ହୋଇଥିଲା ବିଜେପିର ନିର୍ବାଚନୀ ସଭା । ଏଥିରେ ଯୋଗ ଦେଇ ବିଜେପି ପକ୍ଷରୁ କରାଯାଇଛି ଏକ ବଡ ଘୋଷଣା । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରି କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିଲେ ୧ ଟଙ୍କାରେ ଯୋଗାଇଦେବ ଖାଦ୍ୟ ସାମଗ୍ରୀ । ମାତ୍ର ୧ ଟଙ୍କାରେ ମିଳିବ ଡାଲି, ଲୁଣ ଓ ଚାଉଳ । ୫ ଶହ ଗ୍ରାମ ଡାଲି, ୫ ଶହ ଗ୍ରାମ ଲୁଣ ଓ ୫ କେଜି ଚାଉଳ ମିଳିବ ।

ଜାତୀୟ ସୁରକ୍ଷା ସ୍କିମରେ ଅନ୍ତର୍ଗତ ୩.୨୬ କୋଟି ହିତାଧିକାରୀ ଏହି ଖାଦ୍ୟ ସାମଗ୍ରୀ ପାଇବେ । ସାମାଜିକ ସୁରକ୍ଷା ପେନସନ ୨ ହଜାର ଟଙ୍କା ମିଳିବ । ଶୈଳବାଳା ଟୁ ହ୍ଵିଲର ଯୋଜନାରେ ମେଧାବୀ ଛାତ୍ରୀଙ୍କୁ ମିଳିବ ସ୍କୁଟି । ବିନା ସୁଧରେ କୃଷି ଋଣ, ଏସଏଚଜିଙ୍କ ଋଣ ସମ୍ପୂର୍ଣ ଛାଡ କରାଯିବ । ଅଙ୍ଗନବାଡି କର୍ମୀଙ୍କ ଦରମା ୧୫ ହଜାର, ସହାୟିକାଙ୍କ ଦରମା ୯ ହଜାର ଟଙ୍କା ହେବ ।

Please follow and like us:
error