Puri

ରଥନିର୍ମାଣରେ ତ୍ରୁଟି

STATE

Puri:            ଏବର୍ଷ ବିଭିନ୍ନ ବିଭ୍ରାଟ ଭିତରେ ଶ୍ରୀମନ୍ଦିରର ରୀତିନୀତି ଚାଲିଥିବାବେଳେ ସେଥିରେ ଯୋଡି ହୋଇଯାଇଛି ଅବହେଳା ଓ ତ୍ରୁଟିର ଆଉ ଏକ ଫର୍ଦ୍ଦ ।  ମହାପ୍ରଭୁଙ୍କର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ନିର୍ମଣାଧୀନ ଥିବା ରଥ କାର୍ଯ୍ୟରେ ଦେଖାଦେଇଛି ତ୍ରୁଟି । ଗତକାଲି ଅର୍ଥାତ ଶନିବାର ଯାଞ୍ଚ କମିଟି ଧରିଛି ବଡ ଧରଣର ତ୍ରୁଟି । ମହାପ୍ରଭୁ ବଳଭଦ୍ରାଙ୍କର ତାଳଧ୍ଵଜ ରଥର ଅଖ କାଠ ଦୁର୍ବଳ ଥିବାବେଳେ ମହାପ୍ରଭୁ ଜଗନ୍ନାଥଙ୍କର ନନ୍ଦିଘୋଷ ରଥର ପହି ଦୁର୍ବଳ ଓ ଅଖ କାଠ ପୋଲା ରହିଥିବା ପରିଲକ୍ଷିତ ହେଇଥିଲା । ସେହିପରି ମା ସୁଭଦ୍ରାଙ୍କ ଦେବଦଳନ ରଥର ପହିରେ ମଧ୍ୟ ଫାଟ ଥିଲା । Defects found in wheels made for Rath Yatra

            ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଜୁଲାଇ ୧୪ରେ ପଡୁଛି ରଥଯାତ୍ରା । ତା ପୂର୍ବରୁ ଆସନ୍ତା ୭ ତାରିଖରେ ପଡୁଛି ଭଉଁରୀ । ବିଧି ମୁତାବକ ଏହି ଭଉଁରୀ ଦିନ ତିନି ରଥର ନାହାକା ଡେରା ଯିବ । ତେଣୁ ରଥ ଖଳାରେ ନିର୍ଦ୍ଦିଷ୍ଟ ସମୟରେ ବିଧି ମୁତାବକ କାର୍ଯ୍ୟ ସୂଚାରୁ ରୂପେ ସାରିବାକୁ କାମ ଚାଲିଥିବାବେଳେ ଉପରୋକ୍ତ ତ୍ରୁଟି ଯାଞ୍ଚ ସମୟରେ ଧରାପଡିଛି ।

            ଗତବର୍ଷ ମଧ୍ୟ ରଥ ନିର୍ମାଣରେ ବହୁ ତ୍ରୁଟି ଥିବାରୁ ଗୁଣ୍ଡିଚା ଦିନ ତିନି ରଥ ଶରଧାବାଲିରେ ପହଞ୍ଚିବାରେ ସକ୍ଷମ ହେଇପାରିନଥିଲା ।  ଅନ୍ୟ ପକ୍ଷରେ ମହାରଣା ସେବକମାନଙ୍କର ଦାବି ମୁତାବକ ୨୦% ମଜୁରି ବୃଦ୍ଧି କରାଯାଇନଥିବାରୁ ସେମାନେ ଅସନ୍ତୁଷ୍ଟ ଥିବାର ଜଣା ଯାଇଛି। ରଥନିର୍ମାଣ କମିଟିରୁ ୩ଜଣ ମୁଖ୍ୟ ମହାରଣା ଇସ୍ତଫା ପ୍ରଦାନ କରିଛନ୍ତି ।

 

@OdishaInfocus News Desk: Odisha Infocus is an Odisha based Online news portal, that keeps you updated on latest news and breaking news of all categories on all locations such as Puri, Bhubaneswar (BBSR), Cuttack and rest of Odisha, India and Globe. It also spreads best articles on Odisha literature like Poem, Short Story, Story for kids, Novels etc.

Please follow and like us: