ଆଇପିଏଲ-୨୦୨୦ : ଦିଲ୍ଲୀ କ୍ୟାପିଟାଲ୍ସ ଠୁ ହାରିଲା ଚେନ୍ନାଇ ସୁପରକିଙ୍ଗସ

SPORTS

ସାରଜା : ଆଇପିଏଲ-୨୦୨୦ ରେ ଚେନ୍ନାଇ ସୁପରକିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ବିତୀୟ ପାଳିରେ ଦିଲ୍ଲୀ ୧୮୦ ରନର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୫ ୱିକେଟ ହରାଇ ୧୮୫ ରନ୍ କରି ବିଜୟ ହାସଲ କରିଛି । ଦିଲ୍ଲୀ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୧୦୧ ରନ୍ କରିଥିବା ବେଳେ ଶ୍ରେୟସ୍ ଆୟର ୨୩ ବଲରେ ୨୩ ରନ୍ ଓ ମାର୍କସ୍ ଷ୍ଟୋଇନିସ୍ ୧୪ ବଲରେ ୨୪ ରନ୍ କରିଥିଲେ। ଶେଷ ଓଭରରେ ଅକ୍ଷର ପଟେଲ ୩ଟି ଛକା ମାରି ଦିଲ୍ଲୀକୁ ବିଜୟ ଦେଇଥିଲେ ।

ଅନ୍ୟପଟେ ଚେନ୍ନାଇ ପକ୍ଷରୁ ଦୀପକ ଚହର ୨ଟି ୱିକେଟ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର, ଡୱେନ ବ୍ରାଭୋ, ସାମ୍ କରନ୍ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ୧୪ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ପ୍ରଥମରେ ରହିଛି ।

Please follow and like us: