odisha infocus

ଏସସିବି ସଂପ୍ରସାରଣ ପାଇଁ ଉଚ୍ଛେଦ ଜାରି

STATE

କଟକ : କଟକ ଏସସିବି ସଂପ୍ରସାରଣ ଓ ପୁନର୍ବିନ୍ୟାସ ନେଇ ଆଜି ପୁଣି ଉଚ୍ଛେଦ କାର୍ୟ୍ୟ ଆରମ୍ଭ ହୋଇଛି । ଆଜି ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ପର୍ୟ୍ୟାୟ ଉଚ୍ଛେଦ ପ୍ରକ୍ରିୟାରେ ଏସସିବି ନିକଟରେ ଥିବା ଚୂନ ଭାଟିରୁ ରାଣୀହାଟ ପର୍ୟ୍ୟନ୍ତ ରାସ୍ତାକଡ଼ରୁ ଉଚ୍ଛେଦ କରାଯାଉଛି ।

ସୂଚନାନୁସାରେ, କଟକ ଏସସିବି ପୁର୍ନବିନ୍ୟାସ ପାଇଁ ସିଏମସି ପକ୍ଷରୁ ସର୍ଭେ କରାଯାଇ ଉଚ୍ଛେଦ କରିବାକୁ ଚିହ୍ନଟ କରାଯାଇଛି । ଯେଉଁ ସବୁ ବସ୍ତି, ଦୋକାନ ଏହି ଅଧିନରେ ଆସୁଛି, ସେମାନଙ୍କୁ ସଚେତନ କରାଯାଇଛି । ଉଚ୍ଛେଦ ବଦଳରେ ସେମାନଙ୍କ ପାଇଁ ଥଇଥାନ ପ୍ୟାକେଜ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଚତୁର୍ଥ ପର୍ୟ୍ୟାୟରେ ଏସସିବି ନିକଟରେ ଥିବା ଚୂନ ଭାଟିରୁ ରାଣୀହାଟ ପର୍ୟ୍ୟନ୍ତ ରାସ୍ତାକଡ଼ରୁ ଉଚ୍ଛେଦ କରାଯାଉଛି । କେନାଲର ଉଭୟ ପଟ ରାସ୍ତା କଡ଼ରେ ଥିବା ଦୋକାନ, କ୍ଲବ ଓ ମନ୍ଦିର ଉଚ୍ଛେଦ କରାଯାଉଛି । ଏହି ଉଚ୍ଛେଦ କାର୍ୟ୍ୟରେ ୨,୩ ଟି ଜେସିବି ନିୟୋଜିତ ହୋଇଛି । ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ୟ୍ୟ ଚାଲିଛି ।

ଉଲ୍ଲେଖଯୋଗ୍ୟ ଯେ, ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନର ସର୍ଭେରେ ୫୪୫ ଘର , ୮୮ ଟି ଦୋକାନ ଘର ,,ସିଏମସି ର ୩୦ ଟି ଦୋକାନ, ଧର୍ମାନୁଷ୍ଠାନ ଓ କ୍ଲବ ୧୭ , ଷ୍ଟ୍ରିଟ ଭେଣ୍ଡର ୧୪ ଟି ରହିଥିବା ଜଣାପଡ଼ିଛି । ସମସ୍ତଙ୍କୁ ପ୍ରଥମେ ଥଇଥାନ କରାଯାଉଛି ତା ପରେ ଉଚ୍ଛେଦ କରାଯାଉଛି । ସେହିପରି ସରକାରୀ କର୍ମଚାରୀଙ୍କୁ ଦିଆଯାଉଛି ଘର ଭଡା ବାବଦ ଅର୍ଥ । ୧ମ ଶ୍ରେଣ୍ରୀ କର୍ମଚାରୀଙ୍କ ପାଇଁ ୧୨୫୦୦ ଟଙ୍କା, ୨ୟ ଶ୍ରେଣ୍ରୀ କର୍ମଚାରୀଙ୍କ ପାଇଁ୧୦୦୦୦ଟଙ୍କା, ୩ୟ ଶ୍ରେଣ୍ରୀ କର୍ମଚାରୀଙ୍କ ପାଇଁ୭୫୦୦ଟଙ୍କା ଓ ୪ର୍ଥ ଶ୍ରେଣ୍ରୀ କର୍ମଚାରୀଙ୍କ ପାଇଁ ୫୦୦୦ ଟଙ୍କା ଘର ବାବଦକୁ ସରକାରୀ କର୍ମଚାରୀଙ୍କୁ ଭଡା ବାବଦକୁ ଆର୍ଥିକ ରାଶି ପ୍ରଦାନ କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀ କରି ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ କଟକ ଜିଲ୍ଲାପାଳ ।

Please follow and like us: