୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ

STATE

ଢେଙ୍କାନାଳ : ସିଟି ହସ୍ପିଟାଲ ଦାବିରେ ଢ଼େଙ୍କାନାଳରେ ତେଜିଲା ଆନ୍ଦୋଳନ । ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରୁଛି ନାଗରିକ କ୍ରିୟାନୁଷ୍ଠାନ କମିଟି ଓ ଅନ୍ୟାନ୍ୟ ସଂଗଠନ । ବାଜି ଚୌକ ସ୍ଥିତ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି ନାଗରିକ କ୍ରିୟାନୁଷ୍ଠାନ କମିଟି ।

ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସେହିପରି ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଫଳରେ ଜୀବନଯାତ୍ରା ଠପ ହୋଇଯାଇଛି । ବାଜି ଚୌକ ସ୍ଥିତ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ହେଉଥିବା ଏହି ଆନ୍ଦୋଳନକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ସମର୍ଥନ କରାଯାଉଛି । ତେବେ ୧୨ ଘଂଟିଆ ବନ୍ଦ ପାଳନ ହେଉଥିବା କାରଣରୁ ଗାଡିମଟର ବି ବନ୍ଦ ରହିଛି । ବାଜିଚୌକଠାରୁ ଆରମ୍ଭ କରି କଲେଜ ଛକ ପର୍ୟ୍ୟନ୍ତ ରାସ୍ତାରେ ଆନ୍ଦୋଳନ ଚାଲିଛି । ସହର ମଧ୍ୟରେ ଥିବା ମୁଖ୍ୟ ସ୍ଥାନ ଗୁଡିକରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ତେବେ ଗତ କିଛି ଦିନ ତଳେ ବରଗଡରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ମଧ୍ୟ ସମାନ ଜିଲ୍ଲା ମେଡିକାଲ ଖୋଲିବା ଦାବି ନେଇ ବନ୍ଦ ଡାକରା ଦିଆଯାଇଥିଲା ।

Please follow and like us: