ଆଜି ଭାରତ ଓ ଚୀନ ସେନା ମଧ୍ୟରେ ଆଲୋଚନା, ଏଣେ ୫୯ଟି ଚାଇନା ଆପକୁ ନିଷିଦ୍ଧ

NATIONAL

ନୂଆଦିଲ୍ଲୀ : ଲଦାଖରେ ନିୟନ୍ତ୍ରଣ ରେଖାରେ ଦେଖାଯାଇଥିବା ଉତ୍ତେଜନା ଦୂର କରିବା ପାଇଁ ଭାରତ ଓ ଚୀନ ସେନା ମଧ୍ୟରେ ଆଜି ଲେଫନାଣ୍ଟ ଜେନେରାଲ ସ୍ତରରେ ପୁଣି ଥରେ ଆଲୋଚନା ହେବ । ଏହି ଆଲୋଚନାର ଠିକ ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ଡିଜିଟାଲ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଯାଇ ଟିକଟିକ, ୟୁସି ବ୍ରାଉଜର ସମେତ ୫୯ ଆପ ଉପରେ କଟକଣା ଲଗାଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଏହି ଆପ ଏକତା ଓ ରାଷ୍ଟ୍ରୀୟ ସୁରକ୍ଷା ପାଇଁ କ୍ଷତିକାରକ ।

ଆଇଟି ମନ୍ତ୍ରାଳୟ ସୋମବାର ଜାରିକରିଥିବା ଏକ ବୟାନରେ କହିଛି ଯେ, ବିଭିନ୍ନ ମହଲରୁ ଅଭିଯୋଗ ଆସିଥିଲା । ଏଥିରେ ଆଣ୍ଡରାଏଡ ଓ ଆଇସୋଏସ ପ୍ଲାଟଫର୍ମରେ ଉପଲବ୍ଧ କିଛି ମୋବାଇଲ ଆପର ଦୂରୁପଯୋଗ ସଂପର୍କରେ ରିପୋର୍ଟ ମଧ୍ୟ ସାମିଲ ଅଛି । ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଆପ ବ୍ୟବହାରକାରୀଙ୍କ ଡାଟା ଚୋରୀ, ଲୁଚିଛିପି ଭାରତର ବାହାରକୁ ସର୍ଭରକୁ ପଠାନ୍ତି । କଟକଣା ତାଲିକାରେ ଟିକ ଟକ, ଭିଚ୍ୟାଟ, ବିଗୋ ଲାଇଭ, ହେଲୋ, କ୍ୟାମ ସ୍କାନର, ଏମଆଇ ଭିଡ଼ିଓ କଲ-ଶୋଆମୀ, ଏମଆଇ କମ୍ୟୁନିଟି, କ୍ଲାସ ଅଫ କିଙ୍ଗ ସମେତ ଇ-କମର୍ସ ପ୍ଲାଟଫର୍ମ କ୍ଲବ ଫ୍ୟାକ୍ଟ୍ରି, ଶିଡ଼ନ ଆଦି ମୋଟ ୫୯ଟି ଚାଇନା ଆପକୁ ନିଷିଦ୍ଧ କରାଯାଇଛି ।

Please follow and like us: