ଭୁବନେଶ୍ଵରରେ ଡ୍ରୋନ ଜଗିବ ଟ୍ରାଫିକ

STATE

ଭୁବନେଶ୍ଵରରେ ଟ୍ରାଫିକ ଡ୍ରୋନ ଜଗିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏ କଟକଣା ଲାଗୁ କରାଯିବ । ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଯାଏ ରାସ୍ତାକୁ ‘ନୋ ଓଭରଟେକିଂ’ ଜୋନ ଭାବେ ନିଆଯାଇଛି ।

ନୋ ଓଭରଟେକିଂ ସହ ଲେନ ଡ୍ରାଇଭିଙ୍ଗ ପାଇଁ ଚାଳକଙ୍କୁ ଦିଆଯିବ କଡା ତାଗିଦ । ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନିଘା ରଖିବ ଡ୍ରୋନ କ୍ୟାମେରା । ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା କରାଯିବ । ଟୁଇନ ସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏନେଇ ସୂଚନା ଦେଇଛନ୍ତି ।

Please follow and like us: