Odisha

ଆଟେଣ୍ଡାଣ୍ଟ ମାରିଦେଲେ ରୋଗୀଙ୍କୁ

STATE

ଏସସିବି ମେଡିକାଲରେ ଜଣେ ଆଟେଣ୍ଡାଣ୍ଟଙ୍କ ଯୋଗୁ ଆନନ୍ଦପୁରର ଜଣେ ରୋଗୀ ମୃତ୍ୟୁ ବରଣ କରିଛନ୍ତି । ରୋଗୀଙ୍କ ମୃତ୍ୟୁ ନେଇ ଆନନ୍ଦପୁର ମେଡିକାଲରେ ଚାପା ଉତ୍ତେଜନା ଦେଖାଦେଇଛି । ରୋଗୀ ଜଣଙ୍କୁ କାଲି ଆନନ୍ଦପୁରରୁ କଟକର ଏସସିବି ମେଡିକାଲକୁ ରୋଗୀ ସ୍ଥାନାନ୍ତର ହୋଇଥିଲେ । ରୋଗୀଙ୍କୁ ଅନ୍ୟ ୱାର୍ଡର ଜଣେ ଆଟେଣ୍ଡାଣ୍ଟ ମାରିବାରୁ ସେ ଗୁରୁତର ହୋଇପଡିଥିଲେ ।

ସୂଚନା ମିଳିଛି ଯେ ଏସସିବି ମେଡିକାଲ ପରିସରରେ ଆନନ୍ଦପୁର ଅଞ୍ଚଳର ରୋଗୀ ଜଣଙ୍କ ପରିସ୍ରା କରୁଥିବାବେଳେ ଆଟେଣ୍ଡାଣ୍ଟ ମାଡ ମାରିଥିଲେ । ମାଡ ବସିବା କାରଣରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଆନନ୍ଦପୁର ମେଡିକାଲରେ ପହଞ୍ଚିବା ପରେ ଚାପା ଉତ୍ତେଜନା ଦେଖାଦେଇଛି ।

Please follow and like us:
error