ଭୁଲ ଇଂଜେକସନ ଯୋଗୁ ଜଣଙ୍କ ଜୀବନ ଚାଲିଗଲା

STATE

ଡାକ୍ତରଙ୍କ ତ୍ରୁଟି ଯୋଗୁ ଜଣେ ନିରୀହା ଶିଶୁକନ୍ୟା ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି । ଭୁଲ ଇଂଜେକସନ ଡାକ୍ତର ତାକୁ ଦେଇଦେବାରୁ ମୃତ୍ୟୁ ହେଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ନିଆଳିର ଏକ ଘରୋଇ ନର୍ସିଙ୍ଗହୋମରେ ୬ ବର୍ଷର ଏକ ଶିଶୁକନ୍ୟର ମୃତ୍ୟୁ ଘଟିଛି ।

loading...

ମୃତକଙ୍କ ପରିବାର ବାଲିପାଟଣା ଥାନା ଅନ୍ତର୍ଗତ ଦରଡା ଗ୍ରାମରେ ବାସ କରନ୍ତି । ତାଙ୍କର ୬ ବର୍ଷର ଶିଶୁକନ୍ୟା ସୀମା ନାୟକ ଜ୍ଵରରେ ଆକ୍ରାନ୍ତ ହେବାରୁ ନର୍ସିଙ୍ଗ ହୋମରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ଭୁଲ ଇଂଜେକସନ ଦେବାରୁ ଶିଶୁକନ୍ୟାଟି ପ୍ରାଣ ହରାଇଥିଲା । ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ରୋଗୀଙ୍କ ସମ୍ପର୍କୀୟମାନେ ସେଠାରେ ଭଙ୍ଗାରୁଜା କରିଛନ୍ତି । ତେଣୁ ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛି ।

Please follow and like us:
error
loading...