ଦୂତି ଚାନ୍ଦ ଜିତିଲେ ସ୍ଵର୍ଣ ପଦକ

SPORTS

ଦୂତି  ଚାନ୍ଦ ଜିତିଛନ୍ତି ଏକ ସ୍ଵର୍ଣ ପଦକ । ଭାରତ ପାଇଁ ପୁଣି ଆଣିଦେଇଛନ୍ତି ଗୌରବ । ଓଡିଶା ଝିଅ ଦୂତି ଚାନ୍ଦ ଇଟାଲୀରେ ଅନୁଷ୍ଠିତ  ବିଶ୍ଵ ୟୁନିଭର୍ସିଟି ଗେମ୍ସରେ ପାଇଛନ୍ତି ସ୍ଵର୍ଣ ପଦକ ।

୧୦୦ ମିଟର ଦୌଡରେ ଦୂତି ଏହି ସମ୍ମାନଜନକ ସ୍ଵର୍ଣ ପଦକ ହାସଲ କରିଛନ୍ତି । ସେ ୧୦୦ ମିଟରକୁ ମାତ୍ର ୧୧.୩୨ ସେକେଣ୍ଡରେ ଅତିକ୍ରମ କରିଛନ୍ତି । ତାଙ୍କର ଏହି କୃତିତ୍ଵରେ ସମଗ୍ର ଓଡିଶାବାସୀ ନିଜକୁ ଗୌରବାନ୍ଵିତ ମନେ କରିଛନ୍ତି ।

Please follow and like us:
error