ଭୂମିକମ୍ପରେ ଥରିଲା ପଡୋଶୀ ଦେଶ ନେପାଳ , ତୀବ୍ରତା ୫.୪

INTERNATIONAL

ନୂଆଦିଲ୍ଲୀ : ଆଜି ସକାଳୁ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ଥିଲା । ଏହି ଭୂକମ୍ପ ସକାଳ ୫ଟା ୪ ମିନିଟରେ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପ ଯୋଗୁଁ ନେପାଳ ସୀମାକୁ ଲାଗିଥିବା ବିହାରର ସହରସା, ପୂର୍ବ ଚମ୍ପାରଣ, ମୁଜାଫରପୁର ଅଂଚଳରେ ମଧ୍ୟ ପ୍ରଭାବିତ ହୋଇଛି । ଲୋକେ ଭୟଭୀତ ହୋଇଯାଇଛନ୍ତି । କାଠମାଣ୍ଡୁ ନିକଟ ୧୦ କିଲୋମିଟର ଭୂଭାଗରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି ।

ସୂଚନାଯୋଗ୍ୟ, ଦେଶର ବିଭିନ୍ନ ଭାଗରେ ବିଗତ କିଛି ଦିନ ମଧ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ, ମୁମ୍ବାଇ ସମେତ ଉତ୍ତର ଭାରତ ଓ ଆଣ୍ଡାମାନ ନିକୋବରରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହେଉଥିବା ପରିଲକ୍ଷିତ ହେଉଛି ।

Please follow and like us: